Odisha Link
Bridging the Missing Links in Odisha

ହାଇକୋର୍ଟଙ୍କୁ ଅଞ୍ଜନାଙ୍କ ଚିଠି ‘ମୋର ଆର୍ଥିକ ସ୍ଥିତି ଭଲ ନାହିଁ, ହାଇକୋର୍ଟ ମୋ ପାଇଁ ଓକିଲ ନିଯୁକ୍ତ କରନ୍ତୁ’

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅଞ୍ଜନା ଗଣଦୁଷ୍କର୍ମ ମାମଲାର ପୀଡିତା ଅଞ୍ଜନା ମିଶ୍ର ଆଜି ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କୁ ଏକ ଚିଠି ଲେଖିଛନ୍ତି। “ମୋର ଆର୍ଥିକ ସ୍ଥିତି ଭଲ ନାହିଁ। ହାଇକୋର୍ଟ ମୋ ପାଇଁ ଓକିଲ ନିଯୁକ୍ତ କରନ୍ତୁ। ମୋତେ ନ୍ୟାୟ ମିଳୁ।” ଦୀର୍ଘ ୨୨ ବର୍ଷ ହେଲା ନ୍ୟାୟ ଅପେକ୍ଷାରେ ଥିବା ଅଞ୍ଜନା ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି।

ଦୀର୍ଘ ୨୨ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ଧରାପଡ଼ିଛି । ତାକୁ ପଚରାଉଚରା କରିବା ପାଇଁ ସିବିଆଇକୁ ନିର୍ଦ୍ଦେଶ ଦିଅନ୍ତୁ ହାଇକୋର୍ଟ । ଏହା ଦ୍ୱାରା ଷଡ଼ଯନ୍ତ୍ରର ଗୁମର ଖୋଲିବ ବୋଲି ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ଅଞ୍ଜନା ମିଶ୍ର । ଏଥିସହ ଗଣଦୁଷ୍କର୍ମ ଷଡ଼ଯନ୍ତ୍ରର ଅଧିକ ତଦନ୍ତ କରି ଏହି ଷଡ଼ଯନ୍ତ୍ର ପଛରେ କିଏ ଥିଲା, ତାର ପର୍ଦ୍ଦାଫାସ କରିବାକୁ ଚିଠିରେ ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ, ୧୯୯୯ ମସିହା ଜାନୁଆରୀ ୯ ତାରିଖର ରାତିରେ କଟକ-ବାରଙ୍ଗ ଥାନା ଅଞ୍ଚଳର ଘଟିଥିଲା ଜଘନ୍ୟକାଣ୍ଡ। ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଶିକାର ହୋଥିବା ବେଳେ ଏଥିରେ ସଂପୃକ୍ତ ଥିଲେ ତିନି ଅଭିଯୁକ୍ତ। ବିବନ ବିଶ୍ୱାଳ, ପ୍ରଦୀପ ସାହୁ ଓ ଧିରେନ୍ଦ୍ର ମହାନ୍ତି।ଘଟଣାର ୧୭ଦିନ ପରେ ଗିରଫ ହୋଇଥିଲେ ପ୍ରଦୀପ ଓ ଧିରେନ୍ଦ୍ର । ହେଲେ ମୁଖ୍ୟ ଅଭିଯୁକ୍ତ ବିବନ୍ କିନ୍ତୁ ହୋଇଯାଇଥିଲା ଫେରାର।

ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସିବିଆଇ ନେଇଥିଲା ତଦନ୍ତ ଭାର ଦେଇଥିଲେ। ମେ ୫, ୧୯୯୯ରେ ସିବିଆଇ ମାମଲାର ଚାର୍ଜସିଟ୍ ଦାଖଲ କରିଥିଲା। ୨୯ ଏପ୍ରିଲ, ୨୦୦୨ରେ ଖୋର୍ଦ୍ଧା ଜିଲ୍ଲା ଜଜ୍ ରାୟ ଶୁଣାଇ ୨ ଦୋଷୀ ପ୍ରଦୀପ ଓ ଧିରେନ୍ଦ୍ରଙ୍କୁ ଆଜୀବନ ଜେଲ ଦଣ୍ଡ ଦେଇଥିଲେ। ଏହାପରେ ବିବନକୁ ଧରିବା ପାଇଁ ଚେଷ୍ଟା ଚାଲିଥିଲା। ଏହି ଘଟଣାର ୨୨ ବର୍ଷରେ ବିବନକୁ ଧରିବାରେ ପୋଲିସ୍ ସଫଳ ହୋଇଥିଲା। ସେ ପୁନେରେ ନିଜର ନାଁ ବଦଳାଇ ବିବନ ରହୁଥିବା ବେଳେ ତାକୁ ଧରିବା ପାଇଁ ଟ୍ୱିନ୍ ସିଟି କମିଶନର, କଟକ ଡିସିପିଙ୍କୁ ନେଇ ୪ ଜଣିଆ ଟିମ୍ ଗଠନ ହୋଇଥିଲା।

Leave A Reply

Your email address will not be published.