Odisha Link
Bridging the Missing Links in Odisha

କରୋନାରେ ଚାଲିଗଲା ଆଉ ଜଣେ ସିନେ ତାରକାଙ୍କ ଜୀବନ

ବିକ୍ରମଜିତ୍‌ ଭାରତୀୟ ସେନାରୁ ଅବସର ନେବା ପରେ ବିକ୍ରମଜିତ୍ କନୱରପାଲ ୨୦୦୩ ମସିହାରେ ଅଭିନୟ ଜଗତରେ ପାଦ ଥାପିଥିଲେ। ସେ ପେଜ୍ ୩, ରକେଟ୍ ସିଂହ: ସେଲ୍ସମ୍ୟାନ୍ ଅଫ୍ ଦି ଇୟର, ଆରକ୍ଷଣ, ମର୍ଡର ଟୁ, ଟୁ ଷ୍ଟେଟ୍ସ ଏବଂ ଗାଜି ଆଟାକ୍ ଭଳି ଫିଲ୍ମରେ ଅଭିନୟ କରିଥିଲେ।

ନୂଆଦିଲ୍ଲୀ: ୧୩ ବର୍ଷ ପର୍ଯ୍ୟନ୍ତ ଦେଶର ସେବା କଲେ। ପରେ ପିଲାଦିନର ସ୍ବପ୍ନକୁ ମଧ୍ୟ ପୂରଣ କରିଥିଲେ। ସବୁଥିରେ ବାଜି ମାରି ଚର୍ଚ୍ଚାରେ ଥିଲେ। ହେଲେ ଆଜି କରୋନା ସଂକ୍ରମଣରେ ଶେଷ ନିଶ୍ବାସ ତ୍ୟାଗ କରି ସିନେ ଜଗତକୁ କନ୍ଦେଇ ଦେଇ ଗଲେ। କରୋନାରେ ଚାଲିଗଲେ ଆଉ ଜଣେ ଅଭିନେତା । ସିନେ ଅଭିନେତା ବିକ୍ରମଜିତ୍ କନୱରପାଲଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା।

୧୯୬୮ ମସିହାର ଅଗଷ୍ଟ ୨୯ରେ ହିମାଚଳ ପ୍ରଦେଶରେ ଜନ୍ମ ଗ୍ରହଣ କରିଥିଲେ। ପରେ ପାଠପଢ଼ା ଶେଷ କରି ଦେଶ ସେବାରେ ସମର୍ପିତ ହୋଇଥିଲେ। ସେ ତାଙ୍କ ପିତାଙ୍କ ଭଳି ଭାରତୀୟ ସେନାରେ ଯୋଗ ଦେଇଥିଲେ। ସେ ୧୯୮୯ ମସିହାରେ ଭାରତୀୟ ସନୋରେ ଏଣ୍ଟ୍ରି କରିଥିଲ।

ବିକ୍ରମଜିତ୍‌ ଭାରତୀୟ ସେନାରୁ ଅବସର ନେବା ପରେ ବିକ୍ରମଜିତ୍ କନୱରପାଲ ୨୦୦୩ ମସିହାରେ ଅଭିନୟ ଜଗତରେ ପାଦ ଥାପିଥିଲେ। ସେ ପେଜ୍ ୩, ରକେଟ୍ ସିଂହ: ସେଲ୍ସମ୍ୟାନ୍ ଅଫ୍ ଦି ଇୟର, ଆରକ୍ଷଣ, ମର୍ଡର ଟୁ, ଟୁ ଷ୍ଟେଟ୍ସ ଏବଂ ଗାଜି ଆଟାକ୍ ଭଳି ଫିଲ୍ମରେ ଅଭିନୟ କରିଥିଲେ। ଫିଲ୍ମ ବ୍ୟତୀତ ସେ ଦିୟା ଔର ବାତି ହମ୍, ୟେ ହୈ ଚାହତେ, ଦିଲ୍ ହି ତୋ ହୈ ଏବଂ ୨୪ ଟେଲିଭିଜନ ସିରିଏଲରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ତାଙ୍କ ବିୟୋଗରେ ଫିଲ୍ମ ନିର୍ମାତା ଅଶୋକ ପଣ୍ଡିତ ଶୋକ ପ୍ରକାଶ କରିଛନ୍ତି । ସେ ଟ୍ବିଟ୍ କରି ଲେଖିଛନ୍ତି ଯେ, ‘ଆଜି ସକାଳେ କୋଭିଡ୍ ଯୋଗୁଁ ଅଭିନେତା ମେଜର ବିକ୍ରମଜିତ୍ କନୱରପାଲଙ୍କ ଦେହାନ୍ତ ଖବର ଶୁଣି ଦୁଃଖିତ । ସେ ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ ଥିଲେ, ଯିଏ ଅନେକ ଫିଲ୍ମ ଏବଂ ଟେଲିଭିଜନ ସିରିଏଲରେ ସହାୟକ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କ ପ୍ରତି ସମବେଦନା ।’

Leave A Reply

Your email address will not be published.