Odisha Link
Bridging the Missing Links in Odisha

ଜୁଲାଇ ୩୧ ତାରିଖ ଯାଏଁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ

ପଟ୍ଟାମୁଣ୍ଡାଇ: ଆଜିଠୁ ୩ ମାସ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ। କୁମ୍ଭୀରମାନଙ୍କ ପ୍ରଜନନ ପାଇଁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ଆଜିଠୁ ବନ୍ଦ ରହିବ। ପ୍ରଜନନ ସମୟରେ କୁମ୍ଭୀର ମାନେ ଅଧିକ ହିଂସ୍ର ହୋଇଥାନ୍ତି ତେଣୁ ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଭିତରକନିକା।

ପର୍ଯ୍ୟଟକ ମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ଏହି ସମୟରେ ଭିତରକନିକାକୁ ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ କରିଥାଏ। ଏହି ତିନିମାସ ସମୟରେ ବଉଳା କୁମ୍ଭୀର ମାନେ ଅଣ୍ଡା ଦେଇଥାନ୍ତି। ଏହି ସମୟରେ ପାଖରେ କେହି ପର୍ଯ୍ୟଟକଙ୍କୁ ଦେଖିଲେ ଆକ୍ରମଣ କରିବାକୁ ପଛାଇ ନଥାନ୍ତି। ତେଣୁ ଏହି ସମୟରେ ଭିତରକନିକାକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଥାଏ।

Leave A Reply

Your email address will not be published.