Odisha Link
Bridging the Missing Links in Odisha

ରାଜଧାନୀରେ ୩ୟ ପର୍ଯ୍ୟାୟ ଟିକାକରଣ ପାଇଁ ଡ୍ରାଏରନ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ତୃତୀୟ ପର୍ଯ୍ୟାୟ କରୋନା ଟିକାକରଣର ଡ୍ରାଏ ରନ୍। ୧୮ ରୁ ୪୪ ବର୍ଷର ୫୦ ଜଣଙ୍କୁ ଟିକା ଦିଆଯାଇଛି। ବିଏମସି କମିଶନରଙ୍କ ଉପସ୍ଥିତିରେ ହେଲା ଟିକାକରଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ନୟାପଲ୍ଲୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡ୍ରାଏରନ୍ ହୋଇଛି। 

ସୋମବାରରୁ କେବଳ ଭୁବନେଶ୍ୱରରେ ଟିକାକରଣ ହେବ  ଏନେଇ ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି। ଯେଉଁ ମାନେ କୋ-ୱିନ୍ ପୋର୍ଟାଲରେ ରେଜିଷ୍ଟ୍ରେସନ୍ କରିଥିବେ ସେମାନଙ୍କ ପାଇଁ ସ୍ଲଟ୍ ଆସନ୍ତା ମେ ୩ ତାରିଖରୁ ଖୋଲିବ।

ମେ’ ୧ରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କ ଟିକାକରଣ ନେଇ ସନ୍ଦେହ ପ୍ରକାଶ ପାଇଥିଲା। କାରଣ ରାଜ୍ୟରେ ଟିକାର ଅଭାବ ଦେଖାଦେଇଥିଲା। ଗତକାଲି ରାତିରେ ଦେଢ଼ ଲକ୍ଷ ଡୋଜ କୋଭାକ୍ସିନ ଟିକା ପହଂଚିବା ପରେ ସ୍ୱାସ୍ଥ୍ୟ ବିଭାଗ କହିଥିଲା ଆଜି ସପ୍ତାହାନ୍ତ ସଟ ଡାଉନ ଥିବାରୁ କେବଳ ସାକେଂତିକ ଭାବେ ଟିକାକରଣ ହେବ।

Leave A Reply

Your email address will not be published.