Odisha Link
Bridging the Missing Links in Odisha

କୋଭିଡ ହସ୍ପିଟାଲ ଭାବେ କାର୍ଯ୍ୟକ୍ଷମ ହେଲା ତାଳଚେର ଏମସିଏଲ ହସ୍ପିଟାଲ

ଭୁବନେଶ୍ବର: ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ୧୦ ହଜାର ପାର କରିଥିବା ବେଳେ ଅନୁଗୁଳରେ ମଧ୍ୟ ସ୍ଥିତି ସଙ୍ଗୀନ ରହିଛି। ଆଉ ଏଭଳି ସ୍ଥିତିରେ ଅନୁଗୁଳରେ ବଢୁଥିବା କୋଭିଡ୍-୧୯ ମାମଲାକୁ ଦୃଷ୍ଟିରେ ରଖି ତାଳଚେର ସ୍ଥିତ ଏମସିଏଲ୍ ହସ୍ପିଟାଲକୁ କୋଭିଡ଼୍ ହସ୍ପିଟାଲରେ ପରିଣତ କରିବା ସହ ଆନୁଷଙ୍ଗିକ ବ୍ୟବସ୍ଥା କରିଥିବାରୁୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଟ୍ୱିଟ୍ କରି ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଧର୍ମେନ୍ଦ୍ର ଟ୍ୱିଟ୍ କରି କହିଛନ୍ତି ଯେ, ବର୍ତମାନର କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ସରକାର ଦେଶରେ ସ୍ୱାସ୍ଥ୍ୟ ଭିତିଭୂମିକୁ ମଜବୁତ୍ କରିବା ଦିଗରେ ପ୍ରାଥମିକତା ଦେଉଛନ୍ତି। ଏମସିଏଲର ଏହି ପଦକ୍ଷେପ ଦ୍ୱାରା ଅନୁଗୁଳ ଜିଲ୍ଲା ତଥା ଆଖପାଖ ଅଞ୍ଚଳର କୋଭିଡ୍ ରୋଗୀମାନେ ବିଶେଷ ଭାବରେ ଉପକୃତ ହୋଇପାରିବେ।

ଗତ ଏପ୍ରିଲ ୨୦ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ପତ୍ର ଲେଖି ତାଳଚେର ସ୍ଥିତ ଏମସିଏଲ୍ ହସ୍ପିଟାଲକୁ କୋଭିଡ଼-୧୯ ହସ୍ପିଟାଲରେ କାର୍ଯ୍ୟକ୍ଷମ କରିବା ପାଇଁ ଅନୁରୋଧ କରିବା ସହ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଥିଲେ।

ଦେଶରେ ଦ୍ରୁତ ଗତିରେ ବଢୁଥିବା କୋଭିଡ -୧୯ ର ମାମଲା ଗୁଡ଼ିକର ଚିକିତ୍ସା ପାଇଁ ସମସ୍ତ ଉପଲବ୍ଧ ସ୍ୱାସ୍ଥ୍ୟ ଭିତିଭୂମିକୁ ବୃଦ୍ଧି କରିବା ଆବଶ୍ୟକ। ତେଣୁ ଅନୁଗୁଳ ଜିଲ୍ଲାରେ କୋଭିଡ୍ ମାମଲା ବଢ଼ୁଥିବା ବେଳେ ଏଠାରେ ଜରୁରୀକାଳୀନ ମେଡ଼ିକାଲ ଭିତିଭୂମିକୁ କାର୍ଯ୍ୟକ୍ଷମ କରିବା ଅତ୍ୟନ୍ତ ଆବଶ୍ୟକ ବୋଲି ଧର୍ମେନ୍ଦ୍ର ଚିଠିରେ ଉଲ୍ଲେଖ କରିଥିଲେ।

Leave A Reply

Your email address will not be published.