Odisha Link
Bridging the Missing Links in Odisha

ଗୋଷ୍ଠୀ ସଂକ୍ରମଣ ଯୋଗୁଁ ରାଜ୍ୟରେ ବଢୁଛି ପଜିଟିଭ୍ ସଂଖ୍ୟା: ନିରୋଜ ମିଶ୍ର

ଭୁବନେଶ୍ବର: ରାଜ୍ୟରେ ପୁଣି ବଢ଼ୁଛି କରୋନା ସଂକ୍ରମଣ। ସ୍ଥିତି ହେଉଛି ବେକାବୁ। ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି। କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ଏହାରି ଭିତରେ ଏକ ବଡ଼ଖବର ସାମାନାକୁ ଆସିଛି। ରାଜ୍ୟରେ ବଢ଼ୁଥିବା କରୋନାର ଟ୍ରେଣ୍ଡକୁ ନେଇ ବରିଷ୍ଠ ଚିକିତ୍ସକଙ୍କ ମତ ହେଉଛି, ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହେଲାଣି। ତେଣୁ ଏତେ ସଂଖ୍ୟାରେ ପଜିଟିଭ୍ ଆସୁଛି।

ତେବେ କେତେ ପର୍ଯ୍ୟନ୍ତ ବଢ଼ିବ କହି ହେବ ନାହିଁ କିନ୍ତୁ ଆମକୁ ସତର୍କ ରହିବାକୁ ପଡିବ। ରାଜ୍ୟରେ ଆଜି ସର୍ବାଧିକ ଦୈନିକ ସଂକ୍ରମିତି ଚିହ୍ନଟ ହେବା ପରେ ଏମିତି କହିବା ସହ ସତର୍କ କରିଛନ୍ତି ବରିଷ୍ଠ ଚିକିତ୍ସକ ନିରୋଜ ମିଶ୍ର। ତେବେ ଦିନକରେ ରାଜ୍ୟରେ ୧୦ ହଜାର ୪୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୫ ହଜାର ୮୮୭ ଆକ୍ରାନ୍ତ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ୪ ହଜାର ୫୨୬ ରହିଛି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭ଶହ ୯୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୧ଶହ, କଟକରୁ ୮୨୮, ପୁରୀରୁ ୫୩୩, ବରଗଡ଼ରୁ ୫୧୧, ନୂଆପଡ଼ାରୁ ୪୧୮, ନବରଙ୍ଗପୁରରୁ ୩୭୮, କଳାହାଣ୍ଡିରୁ ୩୭୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା ୪ ଲକ୍ଷ ୫୪ ହଜାର ୬୦୭ ଥିବା ବେଳେ ୩ ଲକ୍ଷ ୮୫ ହଜାର ୪୧୪ ଜଣ ସୁସ୍ଥ ହୋଇଛନ୍ତି।

ସେହିପରି ୨୪ ଘଂଟାରେ ୧୧ଜଣଙ୍କ ମୃତ ହୋଇଥିବା ବେଳେ ମୋଟ ମୃତ ସଂଖ୍ୟା ୨ ହଜାର ୫୪ ରହିଛି । ଏବେ ରାଜ୍ୟରେ ୬୭ ହଜାର ୮୦ ମାମଲା ସକ୍ରିୟ ରହିଛି। ୨୨ ଜିଲ୍ଲାରେ ୩ ଅଙ୍କ ଉପରେ ସଂକ୍ରମିତଙ୍କ ସଂଖ୍ୟା ରହିଛି। ଏପ୍ରିଲ ମାସରେ ୧ଲକ୍ଷ ୧୩ ହଜାର ୫୯୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୪ଘଂଟାରେ ୪୭ ହଜାର ୪୬୨ ନମୁନା ପରୀକ୍ଷା ହୋଇଛି। ରାଜ୍ୟରେ ୨୧ ଦଶମିକ ୯ ପ୍ରତିଶତ ରହିଛି ପଜିଟିଭ ହାର। ଟେଷ୍ଟ ହୋଇଥିବା ପ୍ରତି ୧୦୦ ଜଣରେ ୨୨ ଜଣ ରିପୋର୍ଟ ପଜିଟିଭ ଆସୁଛି।

Leave A Reply

Your email address will not be published.