Odisha Link
Bridging the Missing Links in Odisha

ଓଡ଼ିଶାରେ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ; ୨ ଆକ୍ରାନ୍ତ କେରଳ ଫେରନ୍ତା

ଓଏଲ୍‌ ବ୍ୟୁରୋ: ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଚିନ୍ତା ବଢ଼ାଉଛି କରୋନାର ନୂଆ ଭାରିଆଣ୍ଟ JN.1। ୨ କରୋନା ନୂଆ ଭାରଏଣ୍ଟ JN.1 ଆକ୍ରାନ୍ତ ଚିହ୍ନଟ। ୨ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସୁସ୍ଥ ସୁନ୍ଦରଗଡ଼ ଜିଲ୍ଲାର ହୋଇଥିବାବେଳେ ଅନ୍ୟ ଜଣେ ଆକ୍ରାନ୍ତ ଭୁବନେଶ୍ବର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ୨ ଜଣ ଆକ୍ରାନ୍ତଙ୍କ କେରଳରୁ ଫେରିଥିଲେ।

ଅନ୍ୟପଟେ, ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି। ଗତ ୨୪ଘଣ୍ଟାରେ ୬୦୨ କୋରୋନା ଆକ୍ରାନ୍ତ ଚିହ୍ନଟ। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୪୪୦କୁ ବୃଦ୍ଧି ପାଇଛି। ପୂର୍ବରୁ ଚିହ୍ନଟ ଆକ୍ରାନ୍ତଙ୍କ ନିକଟରେ ଲକ୍ଷଣ କମ୍ ଅଛି। ଏହା ସହ ନୂଆ ଭାରିଆଣ୍ଟ ପାଇଁ ଫେରିଲା କୋଭିଡ କଟକଣା। କର୍ଣ୍ଣାଟକରେ ବ୍ୟାପୁଛି JN.1 ଭାରିଆଣ୍ଟ। ସଂକ୍ରମିତଙ୍କ ଲାଗି କଡ଼ା କଟକଣା କରାଯାଇଛି।

୭ ଦିନିଆ ଆଇସୋଲେସନ ବାଧ୍ୟତାମୂଳକ ହୋଇଛି। ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କ ଟେଷ୍ଟିଂ ପାଇଁ ଗାଇଡଲାଇନ ଜାରି ହୋଇଛି। କର୍ଣ୍ଣାଟକରେ ୭୪ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବେଙ୍ଗାଳୁରୁରେ କେବଳ ୫୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କୋଭିଡର ନୂଆ ଭାରିଆଣ୍ଟ JN.1କୁ ନେଇ ମନ୍ତବ୍ୟ ରଖିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି, ଏହି ଭାରିଆଣ୍ଟ ଏକ ସ୍ବତନ୍ତ୍ର ଭାରିଆଣ୍ଟ। ଇଂରାଜୀରେ କୁହାଯାଇଛି ‘ଷ୍ଟାଣ୍ଡ ଆଲୋନ୍‌ ଭାରିଆଣ୍ଟ’।

ଅର୍ଥାତ ଏହି ଭାରିଆଣ୍ଟ ଅନ୍ୟ ଭାରିଆଣ୍ଟଠାରୁ ଅଲଗା। ଏହାର ଦ୍ରୁତ ସଂକ୍ରମଣ କ୍ଷମତା ପାଇଁ ଏହାକୁ ସ୍ବତନ୍ତ୍ର କ୍ୟାଟେଗୋରିରେ ରଖାଯାଇଛି। ହୁ କହିଛି, ଏହି ଭାରିଆଣ୍ଟ ବହୁତ ବଡ଼ ବିପଦ ସୃଷ୍ଟି କରିପାରିବ ନାହିଁ। ଶୀତଦିନରେ ଏହା ଦ୍ରୁତ ସଂକ୍ରମଣ ଘଟାଇପାରେ। ରାଜ୍ୟରେ ନୂଆ କୋଭିଡ୍‌ ପଜିଟିଭ୍‌ ମାମଲା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ରାଜ୍ୟରେ ଜେଏନ୍‌ ୧ ଭାରିଆଣ୍ଟ ସଂକ୍ରମଣକୁ ନେଇ ଚିନ୍ତା ବଢ଼ିଛି।

Leave A Reply

Your email address will not be published.