Odisha Link
Bridging the Missing Links in Odisha

ଚିନ୍ତା ବଢ଼ାଉଛି କରୋନାର ନୂଆ ଭାରିଆଣ୍ଟ; ଗତ ୨୪ ଘଣ୍ଟାରେ ୯୭୧ ଆକ୍ରାନ୍ତ ଚିହ୍ନଟ

ଓଏଲ୍‌ ବ୍ୟୁରୋ: ଦେଶରେ କରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଚିନ୍ତା ବଢ଼ାଉଛି କରୋନାର ନୂଆ ଭାରିଆଣ୍ଟ JN.1। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ବର୍ତ୍ତମାନ ଦେଶରେ କରୋନା ସକ୍ରିୟ ମାମଲା ସଂଖ୍ୟା ୫୦୦୦କୁ ବୃଦ୍ଧିପାଇଛି।

ଏହା ସହ ନୂଆ ଭାରିଆଣ୍ଟ ପାଇଁ ଫେରିଲା କୋଭିଡ କଟକଣା। କର୍ଣ୍ଣାଟକରେ ବ୍ୟାପୁଛି JN.1 ଭାରିଆଣ୍ଟ। ସଂକ୍ରମିତଙ୍କ ଲାଗି କଡ଼ା କଟକଣା କରାଯାଇଛି। ରାଜ୍ୟରେ ନୂଆ କୋଭିଡ୍‌ ପଜିଟିଭ୍‌ ମାମଲା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ରାଜ୍ୟରେ ଜେଏନ୍‌ ୧ ଭାରିଆଣ୍ଟ ସଂକ୍ରମଣକୁ ନେଇ ଚିନ୍ତା ବଢ଼ିଛି।