Odisha Link
Bridging the Missing Links in Odisha

ପୁଣି ଅକ୍ସିଜେନ ଅଭାବରୁ ଚାଲିଗଲା ୪ ଜୀବନ 

ନୂଆଦିଲ୍ଲୀ:  ଅକ୍ସିଜେନର ଅଭାବରୁ ଆଜି ବାତ୍ରା ହସ୍ପିଟାଲରେ ୪ ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି। କୁହାଯାଉଛି କି ଅକ୍ସିଜେନ ଯୋଗାଣ ଅଭାବରୁ ଏଭଳି ଅଘଟଣ ଘଟିଛି। ହେଲେ ମେଡିକାଲ ତରଫରୁ ଦାବି କରାଯାଇଛି କି ଅକ୍ସିଜେନ ଯୋଗାଣ ଏବେ ସ୍ୱଭାବିକ ରହିଛି। ହସ୍ପିଟାଲରେ କରୋନା ରୋଗୀଙ୍କ ବ୍ୟତୀତ ଅନ୍ୟ ରୋଗରେ ପୀଡିତ ହୋଇ କିଛି ଲୋକ ବି ଚିକିତ୍ସିତ ହେଉଛନ୍ତି। ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ମେଡିକାଲରେ ଅକ୍ସିଜେନ ଯୋଗାଣ ସମ୍ପୂର୍ଣ୍ଣ ଠପ୍ ହୋଇଗଲା। ଫଳରେ ଅକ୍ସିଜେନ ମାଧ୍ୟମରେ ଶ୍ୱାସ ନେଇ ଚିକିତ୍ସିତ ହେଉଥିବା ରୋଗୀଙ୍କ ମଧ୍ୟରୁ ୪ ଜଣଙ୍କର ଜୀବନ ଚାଲିଗଲା। ଏଭଳି ଅଭିଯୋଗ କରି ମୃତକଙ୍କ ପରିବାର ଲୋକମାନେ ମେଡିକାଲ ପରିସରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି କରିଥିଲେ।

ସେମାନଙ୍କ ଆଖିରେ ନିଜର ଲୋକଙ୍କୁ ହରାଇବାର ଦୁଖ ସହ ମେଡିକାଲ ପ୍ରଶାସନ ଉପରେ ରାଗ ଖୁବ୍ ବାରି ହୋଇପଡୁଥିଲା। ସେମାନେ ଆହୁରି ଅଭିଯୋଗ କରିଥିଲେ କି ଦୀର୍ଘ ସମୟ ଧରି ଅକ୍ସିଜେନ ଯୋଗାଣ ବନ୍ଦ ରହିଥିଲା। ଏନେଇ ସେମାନେ ମେଡିକାଲ କର୍ମଚାରୀଙ୍କୁ ସୂଚନା ଦେଇଥିଲେ ବି ସେମାନେ କିଛି ପଦକ୍ଷେପ ନେଇ ନଥିଲେ। ହେଲେ ୪ ଜଣଙ୍କର ମୃତ୍ୟୁ ପରେ ସେମାନଙ୍କ ମୃତ୍ୟୁ ହୃଦଘାତ କାରଣରୁ ହୋଇଛି ବୋଲି ସେମାନେ ସଫେଇ ଦେଇଥିଲେ ।

ମୃତକ ପରିଜନ ମାନଙ୍କରେ ହୋ ହାଲ୍ଲାପରେ ପୋଲିସ ପ୍ରଶାସନ ସେଠାରେ ପହଞ୍ଚିଥିଲା। ଏହାପରେ ମେଡିକାଲ ପ୍ରଶାସନ ମାନିଥିଲା କି କିଛି ସମୟ ଅକ୍ସିଜେନ ଯୋଗାଣ ବନ୍ଦ ହୋଇଯାଇଥିଲା। କହିରଖୁ କି ବାତ୍ରା ହସ୍ପିଟାଲ ଜମ୍ମୁର ବଡ ହସ୍ପିଟାଲ ମାନଙ୍କ ମଧ୍ୟରୁ ଅନ୍ୟତମ। ଯେଉଁଠାରେ କି ଏବେ କରୋନା ରୋଗୀଙ୍କ ଚିକିତ୍ସା ହେଉଛି। ଏହାସହ ଏଠାରେ ବି ଅନ୍ୟ ରୋଗୀ ମାନଙ୍କର ଚିକିତ୍ସା ଚାଲିଛି।

Leave A Reply

Your email address will not be published.