Odisha Link
Bridging the Missing Links in Odisha

ବିଜେପିକୁ ଓଲଟା ଟାର୍ଗେଟ କଲେ ମନୀଷ, ଅକ୍ସିଜେନ୍ ଅଡିଟ୍ ରିପୋର୍ଟ ପରି କିଛି ରିପୋର୍ଟ ହିଁ ଆସିନି

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ୱିତୀୟ ଲହରରେ ଦିଲ୍ଲୀରେ ଅକ୍ସିଜେନ୍ ସଙ୍କଟ ବିଷୟକୁ ଆଧାର କରି ସୁପ୍ରିମ୍ କୋର୍ଟର ଅଡିଟ୍ ପ୍ୟାନେଲ୍ ରିପୋର୍ଟକୁ ନେଇ ବିଜେପି ଏବଂ ଆମ ଆଦମୀ ପାର୍ଟି ମୁହାମୁହିଁ। ଦିଲ୍ଲୀ ପାଇଁ ଅନ୍ୟ ରାଜ୍ୟରେ ଅକ୍ସିଜେନ ସଂକଟ ହୋଇଥିବା ଅଭିଯୋଗ ହୋଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ସେ କହିଛନ୍ତି ଦିଲ୍ଲୀ ସରକାର ଆବଶ୍ୟକତା ଠାରୁ ଅଧିକ ଅକ୍ସିଜେନ୍ ମଗେଇବାରୁ ଅନ୍ୟ ରାଜ୍ୟରେ ବହୁ ରୋଗୀଙ୍କ ମୃତ୍ୟୁ ଘଟିଛି। ଆପ୍ ପକ୍ଷରୁ କୁହାଯାଇଛି ଯେ, ଏଭଳି କୌଣସି ରିପୋର୍ଟ ହିଁ ଆସିନି।

ଅଡିଟ୍ ପ୍ୟାନେଲରେ ରିପୋର୍ଟରେ କୁହାଯାଇଛି ଯେ ଦିଲ୍ଲୀକୁ ପିକ୍ ସମୟରେ ୩୦୦ ମେଟ୍ରିକ୍ ଟନ୍ ଅକ୍ସିଜେନ୍ ଆବଶ୍ୟକ ଥିଲା ହେଲେ ଦିଲ୍ଳୀ ସରକାର ଏହାକୁ ବଢ଼ାଇ ୧୨୦୦ ମେଟ୍ରିକ୍ ଟନ୍ କରିଦେଇଥିଲେ। ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ଦିଲ୍ଳୀର ଏହି ଅତ୍ୟଧିକ ପରିମାଣର ଦାବି କାରଣରୁ ୧୨ଟି ଅନ୍ୟ ରାଜ୍ୟରେ ଅକ୍ସିଜେନ୍ର ଘୋର ଅଭାବ ପଡିଥିଲା।

ସମ୍ବିତଙ୍କ ଆରୋପକୁ ଖଣ୍ଡନ କରିଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ବିଜେପି ଯେଉଁ ରିପୋର୍ଟ କଥା କହୁଛି ସେମିତି କିଛି ନାହିଁ ବୋଲି ସଫେଇ ଦେଇଛନ୍ତି ସିସୋଦିଆ। ଓଲଟା ବିଜେପି ଉପରେ ଦୋଷ ଲଦି କହିଛନ୍ତି, ପ୍ରକାଶ ପାଇଥିବା ରିପୋର୍ଟ ବିଜେପି ନିଜ ପାର୍ଟି ମୁଖ୍ୟାଳୟରେ ପ୍ରସ୍ତୁତ କରିଛି।

ସେ କହିଛନ୍ତି ଯେ, ସୁପ୍ରିମକୋର୍ଟ ତରଫରୁ ଗଠିତ ହୋଇଥିବା ଅକ୍ସିଜେନ୍ ଅଡିଟ୍ କମିଟି କୌଣସି ବି ରିପୋର୍ଟକୁ ଏପର୍ଯ୍ୟନ୍ତ ମଞ୍ଜୁରୀ ଦେଇନାହାନ୍ତି। ତେଣୁ ବିଜେପି ପକ୍ଷରୁ ସେହି ରିପୋର୍ଟକୁ ସାମନାକୁ ଅଣାଯାଉ, ଯେଉଁ ରିପୋର୍ଟରେ ଅକ୍ସିଜେନ୍ କମିଟିର ସ୍ୱାକ୍ଷର ରହିଛି ବା ମଞ୍ଜୁରୀ ଦିଆଯାଇଛି।

Leave A Reply

Your email address will not be published.