Odisha Link
Bridging the Missing Links in Odisha

ଦିଲ୍ଲୀ ସରକାର ଅଧିକ ଅକ୍ସିଜେନ୍ ମଗେଇବାରୁ ଅନ୍ୟ ରାଜ୍ୟରେ ରୋଗୀଙ୍କ ମୃତ୍ୟୁ ଘଟିଛି: ସମ୍ବିତ ପାତ୍ର

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରରେ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ଅକ୍ସିଜେନ ଅଭାବ ଦେଖାଦେଇଥିଲା। ଦିଲ୍ଲୀ ପାଇଁ ଅନ୍ୟ ରାଜ୍ୟରେ ଅକ୍ସିଜେନ ସଂକଟ ହୋଇଥିବା ଅଭିଯୋଗ ହୋଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ସେ କହିଛନ୍ତି ଦିଲ୍ଲୀ ସରକାର ଆବଶ୍ୟକତା ଠାରୁ ଅଧିକ ଅକ୍ସିଜେନ୍ ମଗେଇବାରୁ ଅନ୍ୟ ରାଜ୍ୟରେ ବହୁ ରୋଗୀଙ୍କ ମୃତ୍ୟୁ ଘଟିଛି।

ଦିଲ୍ଲୀରେ ଅକ୍ସିଜେନ ସଙ୍କଟକୁ ନେଇ ସୁପ୍ରିମକୋର୍ଟର ଅଡିଟ୍ ପ୍ୟାନେଲର ରିପୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା ହୋଇଛି। ରିପୋର୍ଟରେ କୁହାଯାଇଛି ଯେ, ଦ୍ୱିତୀୟ ଲହର ସମୟରେ ଦିଲ୍ଲୀ ସରକାର ଆବଶ୍ୟକତାଠାରୁ ୪ ଗୁଣ ଅଧିକ ଅକ୍ସିଜେନ୍ ମାଗିଥିଲେ। ରିପୋର୍ଟ ମୁତାବକ, ସେ ସମୟରେ ପ୍ରାୟ ୩୦୦ ମେଟ୍ରିକ ଟନ ଅକ୍ସିଜେନ ଦିଲ୍ଲୀରେ ଆବଶ୍ୟକ ଥିବା ବେଳେ ସରକାର ୧୨୦୦ ମେଟ୍ରିକ ଟନ୍ ମାଗିଥିଲେ।

ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ଦିଲ୍ଲୀ ସରକାର ଅମ୍ଳଜାନର ଆବଶ୍ୟକତା ୪ ଗୁଣ ବୃଦ୍ଧି କରିଛନ୍ତି। ଆବଶ୍ୟକ ଠାରୁ ଅଧିକ ଅକ୍ସିଜେନ ମଗେଇବାରୁ ଅନ୍ୟ ରାଜ୍ୟ ଗୁଡ଼ିକରେ ସଂକଟ ସୃଷ୍ଟି ହୋଇଥିଲା। ‘ଦିଲ୍ଲୀ ଡାକ୍ତରଖାନାରେ ଅମ୍ଳଜାନ ଯୋଗୁଁ ଅନେକ ଲୋକ ପ୍ରାଣ ହରାଇଛନ୍ତି, ଯେଉଁଥି ପାଇଁ ଅରବିନ୍ଦ କେଜ୍ରିୱାଲ ଦାୟୀ। ସୁପ୍ରିମକୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବେ ବୋଲି ଆଶା କରାଯାଉଛି। ସେ କରିଥିବା ଅପରାଧ ପାଇଁ ତାଙ୍କୁ ଦଣ୍ଡିତ କରାଯିବ।

Leave A Reply

Your email address will not be published.