Odisha Link
Bridging the Missing Links in Odisha

ମାଲକାନଗିରିରେ ବିଶ୍ୱେଶ୍ୱର ଟୁଡୁଙ୍କ ବିମାନ ଯାଞ୍ଚ

ଓଏଲ୍‌ ବ୍ୟୁରୋ: ନିର୍ବାଚନ ତାରିଖ ଯେତେ ପାଖଉଛି ସେତେ ସରଗରମ ହେଉଛି ଓଡ଼ିଶା ରାଜନୀତି। ଏସବୁ ମଧ୍ୟରେ ଆଜି ଭାରତୀୟ ଜନତା ପାର୍ଟିର କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ବିମାନ ଯାଞ୍ଚ ହୋଇଥିବା ଖବର ସାମ୍ନାକୁ ଆସିଛି। ସେ ଆଜି ମାଲକାନଗିରି ଗସ୍ତରେ ଯାଇଥିବାବେଳେ ତାଙ୍କର ବିମାନ ଯାଞ୍ଚ କରାଯାଇଛି। ଦଳୀୟ କାର୍ଯ୍ୟକ୍ରମ ଓ ମିଶ୍ରଣ ପର୍ବ ସାମିଲ ହେବାକୁ ସ୍ୱତନ୍ତ୍ର ବିମାନ ଯୋଗେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମାଲକାନଗିରି ଗସ୍ତରେ ଯାଇଛନ୍ତି। ତେବେ ଏହି ସମୟରେ ହେଲିକପ୍ଟର ଯାଞ୍ଚ କରିଥିଲେ ନିର୍ବାଚନ ଅଧିକାରୀ। ହେଲିକପ୍ଟର ଯାଞ୍ଚ ପରେ କିଛି ମିଳି ନ ଥିବା ସୂଚନା ରହିଛି।

Leave A Reply

Your email address will not be published.