Odisha Link
Bridging the Missing Links in Odisha

ଲକଡାଉନକୁ ପାଇଁ ବ୍ୟସ୍ତ ନହେବାକୁ ପରାମର୍ଶ ଦେଲେ ସିପି, କହିଲେ…

ଭୁବନେଶ୍ୱର: ଆସନ୍ତା ମେ’ ୫ ତାରିଖରୁ ଓଡ଼ିଶାରେ ଲାଗୁ ହେବାକୁ ଯାଉଛି ଲକଡାଉନ। ମେ’ ୫ ତାରିଖଠାରୁ ଆରମ୍ଭ ହୋଇ ମେ’ ୧୯ ଯାଏଁ ଲକଡାଉନ ବଳବତ୍ତର ରହିବ। ତେବେ ଏହା ପୁର୍ବରୁ ପୋଲିସ୍ କମିଶନର ଲୋକଙ୍କୁ ଅପିଲ୍ କରିଛନ୍ତି କହିଛନ୍ତି ଯେ, ଲକଡାଉନ୍ କୁ ନେଇ ଜନସାଧାରଣ ବ୍ୟସ୍ତ ବିବ୍ରତ ହୁଅନ୍ତୁ ନାହିଁ କି ଅଯଥା କିଣାକିଣି କରନ୍ତୁ ନାହିଁ।

ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଲକଡାଉନ୍ ଘୋଷଣା କରିଛନ୍ତି। ଲକଡାଉନ୍ ସମୟରେ ଦୋକାନ ବଜାର ଆଦି ଖୋଲା ରହିବ। ତେଣୁ ଆବଶ୍ୟକତାଠାରୁ ଅଧିକ ଜିନିଷ କିଣାକିଣି କରି ମହଜୁଦ ରଖିବାକୁ ବ୍ୟସ୍ତ ହୁଅନ୍ତୁ ନାହିଁ। ଏହି ସମୟରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାର ବ୍ୟବସ୍ଥା ହୋଇଛି। ତେଣୁ କୋଭିଡ୍ ନିୟମ ମାନି ସାମଗ୍ରୀ କିଣିବାକୁ ସିପି ପରାମର୍ଶ ଦେଇଛନ୍ତି।

ସେହିପରି ଲକଡାଉନ ସମୟରେ ଟିକାକରଣ ଓ ଟେଷ୍ଟିଂ ଲାଗି ପ୍ରତିବନ୍ଧକ ନାହିଁ। ଏହି କାମରେ ଲୋକମାନଙ୍କୁ ଯାଆସ କରିବାକୁ ଦିଆଯିବ। ଏଥିସହିତ ସକାଳ ୬ଟାରୁ ଦିନ ୧୨ ଟା ପର୍ଯ୍ୟନ୍ତ ପନିପରିବା, ତେଜରାତି, ଅତ୍ୟାବଶ୍ୟକ ସାମଗ୍ରୀ ସବୁ ଖୋଲା ରହିବ। ତେଣୁ ଏହି ଯେଉଁ ଦୁଇ ଦିନ ବ୍ୟସ୍ତ ନହୋଇ ସରକାରଙ୍କ କୋଭିଡ୍ ନିୟମ ପାଳନ୍ତୁ। କାରଣ ଏହି ଲକଡାଉନର ମୁଖ୍ୟ ଲକ୍ଷ୍ୟ ହେଉଛି କୋଭିଡ୍ ସଂକ୍ରମଣକୁ ରୋକିବା।

Leave A Reply

Your email address will not be published.