Odisha Link
Bridging the Missing Links in Odisha

ଟ୍ୱିନ୍ ସିଟିରେ ପିକ୍‌ ନେବ କରୋନା, ଦୈନିକ ମାମଲା ୩୦ ହଜାର ଛୁଇଁପାରେ

ଭୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ ହେଲାଣି କରୋନା। ଦିନକୁ ଦିନ ହୁହୁ ବଢ଼ିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨୨୩୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୧୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଗକୁ ଦୈନିକ ସଂକ୍ରମଣ ମାମଲା ୧୫ ହଜାର ଏପରିକି ୩୦ ହଜାର ଛୁଇଁପାରେ ଆକଳନ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର।

କରୋନା ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର କହିଛନ୍ତି, ଛୋଟ ଛୋଟ ସହର ସଂକ୍ରମିତ ହୋଇଥିବା ବେଳେ ଗ୍ରାମାଞ୍ଚଳରେ ସଂକ୍ରମଣ ବଢ଼ୁଛି। ମେ’ ୧୫ ପରେ ଭୁବନେଶ୍ୱର, କଟକରେ କରୋନା ପିକକୁ ପହଞ୍ଚିବ। ଦୈନିକ ସଂକ୍ରମଣ ୧୫ ହଜାର ଉପରେ ମାମଲା ଆସିବ। ଏମିତିକି ୩୦ ହଜାର ଛୁଇଁପାରେ ବୋଲି ପୂର୍ବାନୁମାନ କରିଛନ୍ତି।

ତେବେ ଗ୍ରାମାଞ୍ଚଳରେ କରୋନା ପିକ୍ ବିଳମ୍ବ ହେବ। କିଛି ଦିନ ହେବ ଗ୍ରାମାଞ୍ଚଳରେ ସଂକ୍ରମଣ ବଢିଛି। ତେଣୁ ଏବେ ଅଧିକ ସଚେତନ ହେବାକୁ ପଡ଼ିବ। ଦୈନିକ ସଂକ୍ରମଣ ମାମଲା ୧୫ ହଜାଇ ଛୁଇଁଲେ ସ୍ୱାସ୍ଥ୍ୟସେବା ଉପରେ ପ୍ରଭାବ ପଡ଼ିବ। ଲକଡାଉନକୁ ଆହୁରି କଡ଼ାକଡ଼ି ପାଳନ କରିବାକୁ ପଡିବ।

ଏବେ ଲକଡାଉନ୍ ପାଇଁ ସଂକ୍ରମଣ ମାମଲା କମିଛି। ଲକଡାଉନ୍ ଉଠିଗଲେ ସଂକ୍ରମଣ ମାମଲା ବଢ଼ିବାର ସମ୍ଭାବନା ରହିଛି।ନିୟମ ନମାନିଲେ ସଂକ୍ରମଣକୁ ସମ୍ଭାଳି ହେବନି ବୋଲିକୁ ସେ କହିଛନ୍ତି।

Leave A Reply

Your email address will not be published.