Odisha Link
Bridging the Missing Links in Odisha

କରୋନା ଚିକିତ୍ସା: ୨ଟି ଆୟୁର୍ବେଦିକ ଔଷଧକୁ ଅନୁମତି

ନୂଆଦିଲ୍ଲୀ: ଦେଶରେ କାୟା ମେଲାଇଛି ମହାମାରୀ କରୋନା। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ଯାହା ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି। ଏହାରି ମଧ୍ୟରେ କରୋନା ଚିକିତ୍ସା ପାଇଁ ୨ଟି ଆୟୁର୍ବେଦିକ ଔଷଧକୁ ଅନୁମତି ପ୍ରଦାନ କରାଯାଇଛି।

କରୋନା ଚିକିତ୍ସା ପାଇଁ ‘କଫସୁରା କୁଦିନିର’ ଓ ‘ଆୟୁଷ-୬୪’କୁ ଅନୁମତି ପ୍ରଦାନ କରାଯାଇଛି। କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଏହି ୨ଆୟୁର୍ବେଦିକ ଔଷଧକୁ ଅନୁମତି ପ୍ରଦାନ କରାଯାଇଛି। ସାମାନ୍ୟ ଓ ମଧ୍ୟମ ଲକ୍ଷଣଯୁକ୍ତ ରୋଗୀଙ୍କ କ୍ଷେତ୍ରରେ ଏହି ଔଷଧ ଫଳପ୍ରଦ ହେବ ବୋଲି କୁହାଯାଇଛି।

Leave A Reply

Your email address will not be published.