Odisha Link
Bridging the Missing Links in Odisha

କୋଭିଡ ମୁକାବିଲା ପାଇଁ ସର୍ବଦଳୀୟ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ

ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ବିଧାୟକ ଯୋଡିହେବେ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ସର୍ବଦଳୀୟ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା ୧୭ ତାରିଖରେ ବିଧାନସଭାର ସମ୍ମିଳନୀ କକ୍ଷରେ ବସିବ ସର୍ବଦଳୀୟ ବୈଠକ। ଆଲୋଚନାରେ ସମସ୍ତ ବିଧାୟକ ଅଂଶଗ୍ରହଣ କରିବେ। ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ବିଧାୟକ ଯୋଡିହେବେ। କୋଭିଡ ମୁକାବିଲା ନେଇ ସମସ୍ତ ବିଧାୟକଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ।

ବୈଠକ ପାଇଁ ବିଧାନସଭାର ନୂତନ ସମ୍ମିଳନୀ କକ୍ଷ ଓ ଜିଲ୍ଲାସ୍ତରରେ ବ୍ୟବସ୍ଥା କରାଯାଇଥିବା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ଭୁବନେଶ୍ବରର କିଛି ସ୍ଥାନରେ ମଧ୍ୟ ବ୍ୟବସ୍ଥା କରାଯାଇଛି। ସମସ୍ତ ବିଧାୟକ ମାନେ ବୈଠକରେ ନିଜ ଅଞ୍ଚଳର କୋଭିଡ ସ୍ଥିତି ସମ୍ପର୍କରେ ଆଲୋଚନା କରିବେ।

ଏନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିହଂ ମିଶ୍ର। ସେ କହିଛନ୍ତି, ରାଜ୍ୟରେ କରୋନା ମୁକାବିଲା ନେଇ ମିଳିତ ଉଦ୍ୟମର ଆବଶ୍ୟକତା ଥିଲା। ସର୍ବଦଳୀୟ ବୈଠକ ପାଇଁ କଂଗ୍ରେସ ପୂର୍ବରୁ ଦାବି କରିଥିଲା। ୨ୟ ଓ ୩ୟ ଲହରୀ ପାଇଁ ସରକାର କ’ଣ ପ୍ରସ୍ତୁତି କରିଛନ୍ତି ସେନେଇ ବୈଠକରେ ଆଲୋଚନା ହେବ।

Leave A Reply

Your email address will not be published.