Odisha Link
Bridging the Missing Links in Odisha

କୋଭିଡ ମୁକାବିଲା: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଦେଶବାସୀଙ୍କୁ ମିଳିବ ମାଗଣା ଟିକା

ନୂଆଦିଲ୍ଲୀ: ଦେଶବାସୀଙ୍କ ମିଳିବ ମାଗଣା କରୋନା ଟିକା। ଏନେଇ ଶନିବାର ଦିନ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। କରୋନା ଭ୍ୟାକସିନର ପ୍ରସ୍ତୁତି ନେଇ ଆଜି ସାରା ଦେଶରେ ଭ୍ୟାକସିନର ଡ୍ରାଏ ରନ୍ କରାଯାଉଛି। ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ବଡ ଘୋଷଣା କରି କହିଛନ୍ତ, ସାରା ଦେଶରେ ସମସ୍ତ ଭାରତୀୟଙ୍କୁ କରୋନା ଟିକା ମାଗଣାରେ ଦିଆଯିବ।

ସୂଚନାଥ‌ାଉକି, କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଆଜି ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୧୧୬ଟି ଜିଲ୍ଲାର ୨୫୯ ଟି ସ୍ଥାନରେ କରୋନା ଭ୍ୟାକସିନର ଡ୍ରାଏ ରନ୍ କରୁଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ନିଜେ ଦିଳ୍ଲୀର ଜିଟିବି ହସ୍ପିଟାଲ ଯାଇ ଭ୍ୟାକସିନର ଡ୍ରାଏ ରନ୍‌ ସ୍ଥିତିର ତଦାରଖ କରିଛନ୍ତି।

ଜିଟିବି ହସ୍ପିଟାଲରୁ ବାହାରକୁ ଆସି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ କହିଛନ୍ତି, ଭାତର ସରକାର ଦେଶର ଲୋକଙ୍କୁ କରୋନା ମୁକ୍ତ ରଖିବା ପାଇଁ ଚାହୁଁଛନ୍ତି। ଭ୍ୟାକସିନର ବିକାଶ ଏବଂ ଟିକାକରଣ ଏହି ପ୍ରକ୍ରିୟାର ଏକ ଅଂଶ। ଏଥିପାଇଁ ଟିକାକୁ ନେଇ ପ୍ରଚାର କରାଯାଉଥିବା ଅଯଥା ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ଏହି ଅଭିଯାନରେ ସମସ୍ତେ ସହଯୋଗ କରିବାକୁ ହର୍ଷବର୍ଦ୍ଧନ କହିଛନ୍ତି।

Comments are closed.