Odisha Link
Bridging the Missing Links in Odisha

କୋଭିସିଲଡ ପାଇଁ ସାନି ଗାଇଡଲାଇନ ଜାରି

ନୂଆଦିଲ୍ଲୀ: ରାଜ୍ୟରେ କରୋନା ସ୍ଥିତି ଅଣାୟତ୍ତ। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରି ଭିତରେ କୋଭିସିଲଡ ଟିକା ବ୍ୟବଧାନ ଅବଧି ପରେ କୋଭିସିଲଡ ଟିକା ପାଇଁ ସାନି ଗାଇଡଲାଇନ ଜାରି କରାଯାଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳ ଓ ସିଡିଏମଓମାନଙ୍କୁ ଗାଇଡଲାଇନ ଜାରି କରାଯାଇଛି।

ଗାଇଡଲାଇନରେ ମୁତାବକ, ପ୍ରଥମ ଡୋଜ ନେବା ଅନୁ୍ୟନ ୮୪ ଦିନ ହୋଇନଥିଲେ ୨ୟ ଡୋଜ ଦିଆଯିବ ନାହିଁ। ୮୪ ଦିନ ପୂର୍ବରୁ ୨ୟ ଡୋଜ ପାଇଁ ଅନଲାଇନ/ସାଇଟ ବୁକିଂ ହୋଇପାରିବନି। ୨ୟ ଡୋଜ ପାଇଁ ଅନଲାଇନ ବୁକିଂ ହୋଇସାରିଥିଲେ ବାତିଲ କରିବନି କୋୱିନ। ଏଭଳି କ୍ଷେତ୍ରରେ ପୁଣି ଥରେ ନିଜ ତରଫରୁ ବୁକିଂ ପାଇଁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଏଥିସହ ଜଣେ ବ୍ୟକ୍ତି ପୂର୍ବ ବୁକିଂ ଅନୁଯାୟୀ ୮୪ ଦିନ ପୂର୍ବରୁ ନେବାକୁ ଚାହିଁଲେ ନେବେ। ନୂଆ ନିୟମ ଅନୁସାରେ ଏବେ ୨ୟ ଡୋଜ ନେବାକୁ ଆଉ ଭିଡ଼ ହେବନି। ଏଭଳି କ୍ଷେତ୍ରରେ ଏବେ ପ୍ରଥମ ଡୋଜକୁ ଅଗ୍ରାଧିକାରୀ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଭିସିଲ୍ଡ ଦ୍ବିତୀୟ ଟିକାର ପ୍ରଥମ ଓ ଦ୍ବିତୀୟ ପାନ ମଧ୍ୟରେ ବ୍ୟବଧାନ ଅବଧି ବୃଦ୍ଧି କରାଯାଇଛି। ଏଣିକି ପ୍ରଥମ ପାନ ଟିକା ନେବାର ୧୨ରୁ ୧୬ ସପ୍ତାହ ପରେ ଦ୍ବିତୀୟ ପାନ ଟିକା ନେଇପାରିବେ। ହିତାଧିକାରୀଙ୍କୁ ପ୍ରଥମ ପାନ ଟିକା ନେବାର ୬ରୁ ୮ ସପ୍ତାହ ବଦଳରେ ଏଣିକି ୧୨ରୁ ୧୬ ସପ୍ତାହ ପରେ କୋଭିସିଲ୍ଡ ଟିକା ଦିଆଯିବ। ଏହି ବ୍ୟବଧାନ ବଢ଼ିଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି।

Leave A Reply

Your email address will not be published.