Odisha Link
Bridging the Missing Links in Odisha

କୋଭିସିଲଡ୍ ଟିକାର ଦର ଧାର୍ଯ୍ୟ

ନୂଆଦିଲ୍ଲୀ: ଏଣିକି ଖୋଲା ବଜାରରେ ମିଳିବ ଟିକା। ରାଜ୍ୟ ସରକାରଙ୍କୁ ୫୦ ପ୍ରତିଶତ ଟିକା ଏବଂ ଖୋଲା ବଜାରରେ ଟିକା ଉପଲବ୍ଧ କରାଇବା ପାଇଁ କେନ୍ଦ୍ର ସରକାର ଟିକା ଉତ୍ପାଦନକାରୀ କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦେଇଥିଲେ। କୋଭିସିଲ୍ଡ ଭ୍ୟାକ୍ସିନ ପ୍ରସ୍ତୁତ କରୁଥିବା ସେରମ ଇନଷ୍ଟଚ୍ୟୁଟ ଅଫ ଇଣ୍ଡିଆ ଟିକା ପ୍ରଦାନ କରିବ।

ଟିକାର ଦର କେତେ ରହିବ ସେନେଇ ମଧ୍ୟ ସ୍ପଷ୍ଟ କରିଛି କମ୍ପାନୀ। ଘରୋଇ ହସ୍ପିଟାଲରେ ଟିକାର ଦାମ ୬୦୦ ଟଙ୍କା ରହିଥିବାବେଳେ ସରକାରୀ ହସ୍ପିଟାଲରେ ଏହି ଦାମ ୪୦୦ ଟଙ୍କାରେ ମିଳିବ।

ଆଜି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପ୍ରାଇଭେଟ୍ କମ୍ପାନୀର ସିଇଓ ଅଦର ପୁନାୱାଲା ଟିକା ଡୋଜ୍ର ଦର ଧାର୍ଯ୍ୟ କରିଛନ୍ତି। ପୂର୍ବରୁ କେବଳ କେନ୍ଦ୍ର ସରକାର ଟିକା କିଣୁଥିଲେ ହେଲେ ଏବେ ରାଜ୍ୟ ସରକାର ମଧ୍ୟ ଟିକା କିଣିପାରିବେ। ଏନେଇ ଆଜି ଟିକା କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ତେବେ ଆଜି କେବଳ ଘୋଷଣା କରାଯାଇଛି। କିଛି ଦିନ ପରେ ଏହା ବଜାରରେ ଉପଲବ୍ଧ କରାଯିବ। ଏବେ ଟିକା ପ୍ରସ୍ତୁତକାରୀ କମ୍ପାନୀ କେନ୍ଦ୍ର ସରକାରଙ୍କୁ ୨୫୦ ଟଙ୍କାରେ ଟିକା ଡୋଜ୍ ଯୋଗାଉଥିଲେ।

Leave A Reply

Your email address will not be published.