Odisha Link
Bridging the Missing Links in Odisha

ମେ’ ପ୍ରଥମ ସପ୍ତାହରେ ପିକ୍‌ରେ ରହିବ ସଂକ୍ରମଣ: DMET ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ତେବେ କରୋନା ସଂକ୍ରମଣ ବୃଦ୍ଧି ନେଇ ପ୍ରତିକ୍ରିୟା ରଖିଛନ୍ତି DMET ନିର୍ଦ୍ଦେଶକ ସିବିକେ ମହାନ୍ତି। ସେ କହିଛନ୍ତି ବିଭିନ୍ନ ସଂସ୍ଥାର ସମୀକ୍ଷା ପରେ ଜଣାପଡ଼ିଛି ଅପ୍ରେଲ ଶେଷ କିମ୍ବା ମେ’ ପ୍ରଥମ ସପ୍ତାହରେ ଓଡ଼ିଶାରେ କରୋନା ପିକରେ ରହିପାରେ। ତେବେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।

ରାଜ୍ୟରେ ଅକ୍ସିଜେନ ଯଥେଷ୍ଟ ପରିମାଣର ଅଛି। ଗତଥର କରୋନା ପିକ୍ ସମୟରେ ଯେମିତି ଅକ୍ସିଜେନ ଦରକାର ଥିଲା ତା ଠାରୁ ବି ବହୁତ ଅଧିକ ଅକ୍ସିଜେନ ରହିଛି।ଓଡ଼ିଶା ଭାଗ୍ୟଶାଳୀ ରାଜ୍ୟ କାରଣ ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ ଶିଳ୍ପ ସଂସ୍ଥା ଅଧିକ ଅକ୍ସିଜେନ ଉତ୍ପାଦନ କରୁଛନ୍ତି ।

ସେ ଆହୁରି କହିଛନ୍ତି ଯେ, ବେଡ୍, ଆଇସିୟୁ ମଧ୍ୟ ଯଥେଷ୍ଟ ପରିମାଣର ରହିଛି । ୭୧ଟି କୋଭିଡ୍ ହସ୍ପିଟାଲ ରାଜ୍ୟରେ ଥିବାବେଳେ ୩୧ଟି ଚାଲୁରହିଛି । ୨୬ ପ୍ରତିଶତ ବେଡ୍, ୧୪.୧୮ ପ୍ରତିଶତ ଆଇସିୟୁ, ୧୦ପ୍ରତିଶତ ଭେଣ୍ଟିଲଟର ବ୍ୟବହୃତ ହୋଇଛି।

Leave A Reply

Your email address will not be published.