Odisha Link
Bridging the Missing Links in Odisha

କମିଲା କୋଭିସିଲ୍ଡ ଟିକା ଦର

ଭୁବନେଶ୍ବର: କମିଲା କୋଭିସିଲ୍ଡ ଟିକା ଦର। ରାଜ୍ୟ ପାଇଁ କୋଭିସିଲ୍ଡ ଟିକା ଦର କମାଇଲା ସେରମ ଇନଷ୍ଟିଚ୍ୟୁଟ୍। ୧୦୦ ଟଙ୍କା ହ୍ରାସ ନେଇ ସେରମ ସିଇଓ ଆଦର ପୁନାଓ୍ବାଲାଙ୍କ ସୂଚନା। କୋଭିସିଲ୍ଡ ଟିକା ଦର ୩ ଶହ ଟଙ୍କା ଧାର୍ଯ୍ୟ କଲା ସେରମ ଇନଷ୍ଟିଚ୍ୟୁଟ୍। ଏଣିକି ରାଜ୍ୟମାନଙ୍କୁ ୩ ଶହ ଟଙ୍କାରେ କୋଭିସିଲ୍ଡ ଟିକା ମିଳିବ।

ପୂର୍ବ ଘୋଷିତ ଦର ୪୦୦ଟଙ୍କାରୁ ୩ ଶହ ଟଙ୍କାକୁ ହ୍ରାସ କରାଯାଇଛି। ପୂର୍ବରୁ ରାଜ୍ୟକୁ କୋଭିସିଲଡ୍‌ ଟିକା ଡୋଜ୍‌ ପିଛା ୪ଶହ ଟଙ୍କା ଘୋଷଣା ହୋଇଥିଲା। ତେବେ ଘରୋଇ ହସ୍ପିଟାଲ ପାଇଁ ଦର ଡୋଜ୍‌ ପିଛା ୬ଶହ ଟଙ୍କା ଅପରିବର୍ତ୍ତିତ ରହିଛି। ରାଜ୍ୟ ମାନଙ୍କୁ ଦିଆଯିବାକୁ ଥିବା ଟିକା ଦର ୧୦୦ ଟଙ୍କା ହ୍ରାସ କରାଯାଇଛି।