Odisha Link
Bridging the Missing Links in Odisha

ଓଡ଼ିଶା ଆସୁଛି ଲକ୍ଷେ ଡୋଜ କୋଭିସିଲ୍ଡ ଟିକା

ଓଡ଼ିଶା ଆସୁଛି ଲକ୍ଷେ ଡୋଜ କୋଭିସିଲ୍ଡ ଟିକା

ଭୁବନେଶ୍ବର: ରାଜ୍ୟରେ ଅଣାୟତ୍ତ କରୋନା ସ୍ଥିତି। ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ବଢ଼ିବାରେ ଲାଗିଛି। ଏହାକୁ ନଜରରେ ରଖି ସରକାର ରାଜ୍ୟର ସମସ୍ତ ସହରାଞ୍ଚଳରେ ସପ୍ତାହାନ୍ତ ସଟ୍‌ଡାଉନ୍‌ କଟକଣା ଲଗାଇଛନ୍ତି। ଅନ୍ୟପଟେ କରୋନାକୁ ମାତ୍‌ ଦେବା ପାଇଁ ସବୁଠି ଚାଲିଛି ଟିକାକରଣ ପ୍ରକ୍ରିୟା। ତେବେ ଗତ କିଛି ଦିନ ହେଲା ରାଜ୍ୟରେ ଟିକା ସମସ୍ୟା ଲାଗି ରହିଛି । ଟିକା ଅଭାବ ଯୋଗୁଁ ଅଧିକାଂଶ ଟିକାକେନ୍ଦ୍ର ବନ୍ଦ ରଖାଯାଇଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା।

ଏସବୁ ମଧ୍ୟରେ ଆସିଛି ଏକ ବଡ଼ ଖବର। ଆଜି ଓଡ଼ିଶାକୁ ଆସୁଛି ଏକ ଲକ୍ଷ ଡୋଜ କୋଭିସିଲ୍ଡ ଟିକା। ରାଜ୍ୟରେ ଟିକାକରଣ ନେଇ ସୂଚନା ଦେବା ଅବସରରେ ପରିବାର କଲ୍ୟାଣ ନିର୍ଦ୍ଦେଶ ଏହା କହିଛନ୍ତି।

ସେ କହିଛନ୍ତି ଯେ, ଆଜି ଓଡ଼ିଶାକୁ ୧ ଲକ୍ଷ ଡୋଜ କୋଭିସିଲ୍ଡ ଟିକା ଆସିବ । ବର୍ତ୍ତମାନ ସୁଦ୍ଧା ୫୫ଲକ୍ଷ ୫୦ ହଜାର ୩୮୦ ଡୋଜ ଦିଆଯାଇଛି। ଅଗ୍ରାଧିକାରୀ ଭିତ୍ତିରେ ପଶ୍ଚିମ ଓଡ଼ିଶାକୁ ଟିକା ଦିଆଯାଉଛି। ୨ଟି ଡୋଜ ନେବା ପରେ ହିଁ ସଂକ୍ରମଣରୁ ରକ୍ଷା କରାଯାଇପାରିବ। ୧୮ ବର୍ଷରୁ ଊଦ୍ଧ୍ୱର୍ ବ୍ୟକ୍ତିଙ୍କୁ ଟିକାକରଣ ନେଇ ଆଜି ଆଲୋଚନା ହେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ମତ ରଖିଛନ୍ତି।

ସୂଚନାଥାଉକି, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୦୧୩୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୪୩୩୦୪ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୫୬୦୦୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Leave A Reply

Your email address will not be published.