Odisha Link
Bridging the Missing Links in Odisha

୧ ଲକ୍ଷ ପୋର୍ଟେବଲ୍ ଅକ୍ସିଜେନ୍ କନସେଟ୍ରେଟର୍ କିଣିବା ପାଇଁ ମଞ୍ଜୁରୀ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ କାୟା ମେଲାଉଛି ମହାମାରୀ କରୋନା। ହୁହୁ ବଢ଼ିବାରେ ଲାଗିଛି ସଂକ୍ରମକଙ୍କ ସଂଖ୍ୟା ଯାହା କରୋନାର ଭୟାବହ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କଲାଣି। ଏଥିସହ ବିଭିନ୍ନ ରାଜ୍ୟରେ ଅକ୍ସିଜେନ୍ ଅଭାବ କାରଣରୁ ଶହ ଶହ କରୋନା ଆକ୍ରାନ୍ତ ପ୍ରାଣ ହରାଉଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତ୍ୱରିତ ପଦକ୍ଷେପ ଗ୍ରହଣ କରିଛନ୍ତି।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ସେଥିରେ ଦେଶରେ ଦେଖାଦେଇଥିବା ଅକ୍ସିଜେନ୍ ସଙ୍କଟ ବିଷୟରେ ବରିଷ୍ଠ ମନ୍ତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ। ବୈଠକରେ ପ୍ରଧାନମନ୍ତ୍ରୀ ଏକ ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ପିଏମ୍ କେୟାର ଫଣ୍ଡରୁ ୧ ଲକ୍ଷ ପୋର୍ଟେବଲ୍ ଅକ୍ସିଜେନ୍ କନସେଟ୍ରେଟର୍ କିଣିବା ନେଇ ମଞ୍ଜୁରୀ ପ୍ରଦାନ କରିଛନ୍ତି।

ଏନେଇ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ଅକ୍ସିଜେନ୍ କନସେଟ୍ରେଟର୍ ଶୀଘ୍ର କିଣାଯିବା ଦରକାର ଏବଂ ଯେଉଁ ଯେଉଁ ସ୍ଥାନରେ ଏହାର ଅଧିକ ଆବଶ୍ୟକତା ରହିଛି ସେହି ସବୁ ସ୍ଥାନକୁ ପହଞ୍ଚିବା ଦରକାର। ଏଥିସହିତ ପିଏମ୍ କେୟାର ଫଣ୍ଡରୁ ୫୦୦ଟି ନୂଆ ପିଏସଏ ଅକ୍ସିଜେନ୍ ପ୍ଲାଣ୍ଟକୁ ଅନୁମୋଦନ ଦିଆଯାଇଛି।

ଏହା ପୂର୍ବରୁ ମଧ୍ୟ ୭୧୩ ଟି ପିଏସଏ ପ୍ଲାଣ୍ଟକୁ ମଞ୍ଜୁରୀ ଦିଆଯାଇଛି। ଅନେକ ରାଜ୍ୟରେ ଅକ୍ସିଜେନ୍ ଅଭାବରେ ଦେଖାଦେଇଥିବାରୁ ରେଳ ମନ୍ତ୍ରାଳୟ ପକ୍ଷରୁ ଉତ୍ତରପ୍ରଦେଶକୁ ୨୦୨ ମେଟ୍ରିକ୍ ଟନ୍ ମେଡିକାଲ୍ ଅକ୍ସିଜେନ୍, ମହାରାଷ୍ଟ୍ରକୁ ୧୭୪ ମେଟ୍ରିକ୍ ଟନ୍, ଦିଲ୍ଲୀକୁ ୭୦ ମେଟ୍ରିକ୍ ଟନ୍ ଏବଂ ମଧ୍ୟପ୍ରଦେଶକୁ ୬୪ ମେଟ୍ରିକ୍ ଟନ୍ ଅକ୍ସିଜେନ୍ ଯୋଗାଇ ଦିଆଯାଇଛି।

Leave A Reply

Your email address will not be published.