Odisha Link
Bridging the Missing Links in Odisha

ଡୋଜ୍ ପିଛା ୨୯୫ ଟଙ୍କା ହିସାବରେ କିଣାଯିବ ୩୮ଲକ୍ଷ ୫୦ହଜାର ଡୋଜ୍ ଟିକା: କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଭାରତ ବାୟୋଟେକ ଠାରୁ ୫୫ ଲକ୍ଷ କୋଭାକସିନ୍ ଟିକା କିଣିବେ। ଡୋଜ୍ ପିଛା ୨୯୫ ଟଙ୍କା ହିସାବରେ ୩୮ଲକ୍ଷ ୫୦ହଜାର ଡୋଜ୍ କିଣାଯିବ। ଭାରତ ବାୟୋଟେକ୍ ୧୬ ଲକ୍ଷ ୫୦ ହଜାର ଟିକା ମାଗଣାରେ ଦେବ। ସେରମ୍ ଇନଷ୍ଟିଚ୍ୟୁଟରୁ ୧୧୦ ଲକ୍ଷ କୋଭିସିଲଡ୍ ଟିକା କିଣାଯାଇଛି। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ। ଏହାରି ଭିତରେ ଭୁବନେଶ୍ୱରରେ ପହଞ୍ଚିଲା କରୋନା ଟିକା।

କୋଭିସିଲ୍ଡର ଟିକାର ୪୦ ହଜାର ୮ଶହ ଭାୟାଲ ରାଜ୍ୟ ଟିକାକରଣ କେନ୍ଦ୍ରରେ ପହଞ୍ଚିସାରିଛି। ସ୍ପାଇସ୍ ଜେଟର ସ୍ୱତନ୍ତ୍ର ବିମାନରେ ୩୪ଟି ଭ୍ୟାକସିନ୍ ପ୍ୟାକେଟରେ ପ୍ରାୟ ୧୨ଶହ କେଜି ଓଜନର ଟିକା ଆଜି ଅପରାହ୍ନ ପ୍ରାୟ ୩.୪୦ ମିନଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲା। ପରେ ୩ଟି ଭ୍ୟାନରେ ବିମାନ ବନ୍ଦରରୁ କୋଭିସିଲଡ ଟିକାକୁ ରାଜ୍ୟ ଟିକାକରଣ କେନ୍ଦ୍ରକୁ ନିଆଯାଇଛି।

ରାଜ୍ୟରେ ସ୍ୱାସ୍ଥ୍ୟକର୍ମୀ ଓ କରୋନାର ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦେବା ପାଇଁ ୪୦ ହଜାର ୮ ଶହ କୋଭିସିଲଡ ଟିକାର ଭାୟାଲ ଅର୍ଥାତ ୪ ଲକ୍ଷ ୮ ହଜାର ଡୋଜ ଆସିଛି। ସେରମ ଇନଷ୍ଟିଚ୍ୟୁଟରୁ କୋଭିସିଲ୍ଡ ଟିକା ଆସିଛି। ଗୋଟିଏ ଭାୟାଲରୁ ୧୦ ଜଣଙ୍କୁ ଟିକା ଦିଆଯିବ। ଭ୍ୟାକ୍ସିନ ରାଜ୍ୟ ଟିକାକରଣ କେନ୍ଦ୍ରରେ ପହଞ୍ଚିସାରିଛି। ଆସନ୍ତାକାଲି ସକାଳୁ ବିଭିନ୍ନ ଜିଲ୍ଲାକୁ ଟିକା ଯିବ। ଟିକା ନେବା ପାଇଁ ୩୦ଟି ଜିଲ୍ଲାରୁ ଭ୍ୟାକସିନ ଗାଡି ଆସିବ। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ପ୍ରଥମ ଦଫାରେ ବୟସ୍କ ବ୍ୟକ୍ତି, ସ୍ୱାସ୍ଥ୍ୟକର୍ମୀ ଓ କରୋନା ସମ୍ମୁଖ ଯୋଦ୍ଧାଙ୍କୁ ପ୍ରାଧାନ୍ୟ ଦିଆଯିବ। କୋଭିଡ ସ୍ଥିତି ସଙ୍ଗୀନ ଥିବା ଜିଲ୍ଲାକୁ ପ୍ରଧାନ୍ୟ ଦେଉଛନ୍ତି ସରକାର। ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜାନୁଆରୀ ୨୫ ସୁଦ୍ଧା ଡାଟା ବେସ ପ୍ରସ୍ତୁତ ହେବ। ପ୍ରଥମ ଦଫାରେ ୩ ଲକ୍ଷ ୨୮ ହଜାର ୬୫୦ ତାଲିକାଭୁକ୍ତ ହୋଇଛନ୍ତି । ରାଜ୍ୟର ୧୬୨ଟି କେନ୍ଦ୍ରରେ ଟିକାକରଣ ହେବ।

ରାଜ୍ୟକୁ ‘କୋଭାକ୍ସିନ’ ଟିକା ୨୦ ହଜାର ଭାୟାଲ ଆସିବ। ଟିକା ନେବା ପାଇଁ ପଞ୍ଜିକରଣ କରିବାକୁ ପଡିବ। ୨୭ଟି ସରକାରୀ ହସପିଟାଲରେ ଟିକା ଦିଆଯିବ। ୧୮ଟି ଘରୋଇ ହସପିଟାଲରେ ଟିକା ଦିଆଯିବ। ୧୬ ତାରିଖରେ ଭୁବନେଶ୍ୱରର ୫ଟି କେନ୍ଦ୍ରରେ ଟିକା ନେଇପାରିବେ। ଟିକା ପାଇବାକୁ ଥିବା ବ୍ୟକ୍ତିଙ୍କୁ ‘ମେସେଜ’ ପଠାଯିବ। ପ୍ରଥମ ଦଫାରେ ଆସୁଥିବା ଟିକା ୪ ଲକ୍ଷ ୮ ହଜାର ଲୋକଙ୍କୁ ଦିଆଯାଇପାରିବ। ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ଟିକା ଦେବା ପାଇଁ ୩ ଲକ୍ଷ ୨୮ ହଜାର ୬୫୦ ସ୍ୱାସ୍ଥୃକର୍ମୀଙ୍କ ତାଲିକା କେନ୍ଦ୍ରକୁ ଦେଇଛନ୍ତି। ଓଡିଶାର ୧୬୨ଟି କେନ୍ଦ୍ରରେ ଟିକାକରାଣ ହେବ।

Comments are closed.