Odisha Link
Bridging the Missing Links in Odisha

ଆସିଲା ଖୁସି ଖବର: ଓଡ଼ିଶାରେ ପହଞ୍ଚିଲା ଟିକା

ଭୁବନେଶ୍ବର: ଦୀର୍ଘ ନଅ ମାସ ପରେ ଆସିଲା ଖୁସି ଖବର। ଭୁବନେଶ୍ୱରରେ ପହଞ୍ଚିଲା କରୋନା ଭ୍ୟାକ୍ସିନ୍‌। ଭୁବନେଶ୍ୱର ବିମାନବନ୍ଦରରେ ସ୍ପାଇସଜେଟ୍ ଯୋଗେ ପହଞ୍ଚିଲା କୋଭିସିଲ୍ଡ ଟିକା। ଏୟାରପୋର୍ଟରେ ପହଞ୍ଚିବା ପରେ ସେଠାରୁ ସ୍ୱତନ୍ତ୍ର ଗାଡ଼ି ଯୋଗେ ଓଡ଼ିଶା ରାଜ୍ୟ ଟିକା ଭଣ୍ଡାରରେ ପହଞ୍ଚିଛି। ଏଥିପାଇଁ ଔଷଧ ନିଗମରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଠାରୁ ସବୁ ଜିଲ୍ଲାକୁ ଟିକା ନେବା ପାଇଁ ଜିଲ୍ଲାପାଳ ଓ ସିଡିଏମ୍‌ଓଙ୍କୁ ଚିଠି କରାଯାଇଛି। ସେମାନେ ଭ୍ୟାକସିନ୍ ଗାଡ଼ି ପଠାଇ ଟିକା ନେଇପାରିବେ। ଟିକା ନେଇ ଜିଲ୍ଲା ଭ୍ୟାକସିନ୍ ଷ୍ଟୋରରେ ରଖିବେ । ସେଠାରୁ କୋଲ୍‌ଡ ଚେନ୍ ମାଧ୍ୟମରେ ସ୍ଥିରୀକୃତ ହୋଇଥିବା ଶହେଟି ସ୍ଥାନକୁ ଟିକା ପଠାଯିବ।

୧୬ତାରିଖରେ ଟିକାକରଣ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ୧୬୨ଟି ଭ୍ୟାକ୍ସିନ ସେସନ ସାଇଟରେ ହେବ ଟିକାକରଣ। ପ୍ରତ୍ୟେକ ଟିକାଦାନ କେନ୍ଦ୍ରରେ ଶହେ ସ୍ୱାସ୍ଥ୍ୟକର୍ମୀ ନେବେ ଟିକା। ସକାଳୁ ସେରମ୍‌ ଇନଷ୍ଟିଚ୍ୟୁଟରୁ ୩ଟି ଟ୍ରକ୍‌ ମାଧ୍ୟମରେ ପୁନେ ଏୟାରପୋର୍ଟରୁ ଦେଶର ବିଭିନ୍ନ ସ୍ଥାନକୁ ଟିକା ଭାଏଲ ପଠାଯାଇଛି। ରାଜ୍ୟକୁ କୋଭିସିଲ୍‌ଡର ୪ଲକ୍ଷ ୮ହଜାର ଡୋଜ୍ ଆସିଛି। ଗୋଟିଏ ଶିଶିରୁ ୧୦ଟି ଡୋଜ ଦିଆଯାଇପାରିବ।

Comments are closed.