Odisha Link
Bridging the Missing Links in Odisha

୧୯ରେ ସୁଲିଆ ଯାତ୍ରା, ଏଥର ପଡ଼ିବ ବଳି

ଭୁବନେଶ୍ବର: ବଲାଙ୍ଗିରର ପ୍ରସିଦ୍ଧ ସୁଲିଆ ଯାତ୍ରା ଆୟୋଜନ ନେଇ ନିଷ୍ପତ୍ତି ହୋଇଛି। ଖଇରିଗୁଡ଼ା ଠାରେ ସୁଲିଆ ଯାତ୍ରା କମିଟି ପକ୍ଷରୁ ବୈଠକରେ ନିଷ୍ପତ୍ତି ହୋଇଛି। ୧୯ ତାରିଖରେ ସୁଲିଆ ଯାତ୍ରା ହେବ। ବଳି ପକାଯିବ ବୋଲି ନିଷ୍ପତ୍ତି ହୋଇଛି। କୋଭିଡ଼ କଟକଣା ମାନି ଯାତ୍ରା ଆୟୋଜନ କରାଯିବାକୁ ନିଷ୍ପତ୍ତି ହୋଇଛି। ପ୍ରତି ବର୍ଷ ପୌଷ ମାସର ପ୍ରଥମ ମଙ୍ଗଳବାର ଦିନ ସୁଲିଆ ଯାତ୍ରା ପାଳନ କରାଯାଇଥାଏ।

ଖଇରଗୁଡା ଠାରେ ଥିବା ବଡ ଖଳା ଏବଂ କୁମୁରିଆଠାରେ ସାନ ଖଳାରେ ଖୋଲା ଆକାଶ ତଲେ ପୂଜାର୍ଚ୍ଚନା ହେବା ସହିତ ହଜାର ହଜାର ପଶୁପକ୍ଷୀଙ୍କ ବଳି ପଡିଥାଏ। ଏଥର କରୋନା ସମୟରେ ଯାତ୍ରା ପଡୁଥିବାରୁ କୋଭିଡ କଟକଣା ମାନି ସୁଲିଆ ଯାତ୍ରା ପାଳନ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି। କରୋନା ଯୋଗୁଁ ଏଥର ପ୍ରଥମ ଥର ପାଇଁ ମୀନାବଜାର,ଦୋକାନ ବଜାରକୁ ଯାତ୍ରାରେ ବାରଣ କରାଯାଇଛି। ଭକ୍ତମାନଙ୍କୁ ମାସ୍କ ପିନ୍ଧି ସୁଲିଆ ବୁଢାଙ୍କ ଆଶୀର୍ବାଦ ନେବା ସହିତ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ପଡିବ ବୋଲି ଯାତ୍ରା କମିଟି ନିଷ୍ପତ୍ତି ନେଇଛି।

ଏସବୁ ଭିତରେ କିନ୍ତୁ ପୂର୍ବ ବର୍ଷ ମାନଙ୍କ ଭଳି କନ୍ଧ ଆଦିବାସୀଙ୍କ ପ୍ରଥା ପରମ୍ପରା ଅନୂଯାୟୀ ପଶୁ ପକ୍ଷୀଙ୍କ ବଳି ଦେବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସୁଲିଆ ଯାତ୍ରା ସମୟରେ ଦେହୁରୀ, ପୂଜକ ତଥା ବଳି ଦେଉଥିବା ବ୍ୟକ୍ତି କପଡା ଜିନିଷ ପିନ୍ଧନ୍ତି ନାହିଁ। ବକ୍କଳ ଧାରଣ କରନ୍ତି। ତେଣୁ ସେମାନେ ମାସ୍କ ପିନ୍ଧିବେ ନାହିଁ, ଅନ୍ୟମାନେ ମାସ୍କ ପିନ୍ଧି ଯାତ୍ରାରେ ସାମିଲ ହେବେ। ଯାତ୍ରା କମିଟି ପ୍ରସ୍ତୁତି ବୈଠକ ସାରି ଥିବା ବେଳେ ପୁଲିସ ପ୍ରଶାସନ ତରଫରୁ ଏ ପର୍ଯ୍ୟନ୍ତ କୌଣସି ବୈଠକ କରାଯାଇନାହିଁ। ତେଣୁ ପ୍ରଶାସନ ସୁଲିଆ ଯାତ୍ରାକୁ ଅନୂମତି ଦେଉଛି ନା ନାହିଁ ? ଯଦି ଅନୂମତି ଦେବ, ତେବେ କଣ ସବୁ କଟକଣା ଲାଗିବ ? ପୁଲିସ ପ୍ରଶାସନର କଟକଣାକୁ ଆଦିବାସୀ ମାନେ ମାନିବେ ନା ନାହିଁ, ତାହା ପରେ ଜଣା ପଡ଼ିବ।

Comments are closed.