ଅଲିଭ ରିଡ଼ଲେଙ୍କ ଦେହରେ ଲାଗିବ ଟ୍ୟାଗ୍

ଭୁବନେଶ୍ବର: ବିରଳ ପ୍ରଜାତିର ଅଲିଭ୍ ରିଡଲେଙ୍କ ଟ୍ୟାଗ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ଜେଡଏସଆଇର ମିଳିତ ଆନୁକୂଲ୍ୟରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି।
ଆଜି ପ୍ରଥମ ଦିନରେ ୬ଟି ଅଲିଭ୍ ରିଡଲେଙ୍କ ଟ୍ୟାଗ୍ କରାଯାଇଥିବା ସୂଚନା ମିଳିଛି। ଆଗକୁ ଆହୁରି ୩୦ହଜାର ଅଲିଭ୍ ରିଡଲେଙ୍କ ଟ୍ୟାଗ୍ କରାଯିବ ବୋଲି ଲକ୍ଷ୍ୟ ରଖାଯାଇଛି। ୨୫ ବର୍ଷ ପରେ ପୁଣି ଟ୍ୟାଗ୍ କରାଯାଉଥିବା ବ୍ରହ୍ମପୁର ଡିଏଫଓ ଅମ୍ଳାନ ନାଏକ ସୂଚନା ଦେଇଛନ୍ତି।