Odisha Link
Bridging the Missing Links in Odisha

ମହମ୍ମଦ ସିରାଜ ଓ ଟିମ୍‌ ଇଣ୍ଡିଆକୁ ଭୁଲ ମାଗିଲେ ଓ୍ବାର୍ଣ୍ଣର

ସିଡନୀ: ସିଡନୀ ଟେଷ୍ଟରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ଡ୍ର କରିବାରେ ସଫଳ ହୋଇଛି ଟିମ୍‌ ଇଣ୍ଡିଆ। ଦ୍ବିତୀୟ ଇନିଂସରେ ଖାସ୍‌ କରି ଭାରତୀୟ ବ୍ୟାଟସମ୍ୟାନ୍‌ ମାନେ ଯେଉଁ ଭଳି ଧର୍ଯ୍ୟର ସହ ବ୍ୟାଟିଂ କରିଲେ ତାହା କ୍ରିକେଟ ଇତିହାସରେ ରହିବ। ଗୋଟିଏ ପଟେ ଟିମ୍‌ ଇଣ୍ଡିଆ ନିଜ ଖେଳ ପ୍ରଦର୍ଶନ ବଳରେ ସମସ୍ତଙ୍କର ହୃଦୟ ଜିଣୁଥିଲେ।

ଅନ୍ୟପଟେ ଅଷ୍ଟ୍ରେଲିଆ ଦର୍ଶକ ମାନେ ଷ୍ଟାଡିୟମରେ ମହମ୍ମଦ ସିରାଜଙ୍କୁ ଜାତିଆଣ କମେଣ୍ଟ ମାରୁଥିଲେ। ଯାହା କ୍ରିକେଟ ଜଗତରେ ଚହଳ ପକାଇଥିଲା। ସିଡନୀ ଟେଷ୍ଟ ମ୍ୟାଚ୍‌ ପରେ ଅଷ୍ଟ୍ରେଲିଆ ଦଳର ଷ୍ଟାର ଖେଳାଳି ଡେଭିଡ ଓ୍ବାର୍ଣ୍ଣର ନିଜ ଇନଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ କରିଛନ୍ତି। ଯାହାକୁ ଭାରତୀୟ ଫ୍ୟାନ୍ସ ମାନେ ବେଶ୍‌ ପସନ୍ଦ କରିଛନ୍ତି। ଓ୍ବାର୍ଣ୍ଣର ପୋଷ୍ଟରେ ଲେଖିଛନ୍ତି ଯେ, ଅଷ୍ଟ୍ରେଲିଆ ଦର୍ଶକଙ୍କଠୁ ଏଭିଳ ଆଚରଣ ଗ୍ରହଣଯୋଗ୍ୟ ନୁହେଁ।

ଏଥିସହିତ ସିରାଜଙ୍କୁ ମଧ୍ୟ କ୍ଷମା ମାଗିଛନ୍ତି ଡେଭିଡ ଓ୍ବାର୍ଣ୍ଣର। ଓ‌୍ବାର୍ଣ୍ଣର ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ଆହାତ କାରଣରୁ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚରୁ ବାଦ୍‌ ପଡ଼ିବା ପରେ ତୃତୀୟ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିଥିବାରୁ ବହୁତ ଖୁସି ଲାଗୁଛି। ମ୍ୟାଚର ନିଷ୍କର୍ସ କିଛି ବାହାରି ପାରିନାଥିଲା ହେଲେ ଯେଉଁ ଭଳି ଖେଳ ପ୍ରଦର୍ଶନ ହେଲା ତାହା ହିଁ ଟେଷ୍ଟ କ୍ରିକେଟ ବୋଲି କହିଛନ୍ତି ଡେଭିଡ ଓ୍ବାର୍ଣ୍ଣର।

ସେ ଆହୁରି କହିଛନ୍ତି ଯେ, ୫ଦିନ ପର୍ଯ୍ୟନ୍ତ ଆମେ ଭଲ କ୍ରିକେଟ ଖେଳିଛୁ। ହେଲେ ଭାରତୀୟ ଟିମକୁ ଧନ୍ୟବାଦ ଦେବି ଯେଉଁପରି ସେ ମ୍ୟାଚରେ କମ୍‌ବ୍ୟାକ୍‌ କଲେ। ଆଗକୁ ବ୍ରିସ୍‌ବେନ୍‌ରେ ନିର୍ଣ୍ଣାୟକ ମ୍ୟାଚ୍‌ ଖେଳାଯିବ। ତାହା ଆମ ନଜରରେ ବୋଲି ଓ୍ବାର୍ଣ୍ଣର କହିଛନ୍ତି। ଏହା ସହିତ ସେ ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ପାଇଁ ମଧ୍ୟ କିଛି ଲେଖିଛନ୍ତି। ସେ ଲେଖିଛନ୍ତି ଯେ, ମୁଁ ମହମ୍ମଦ ସିରାଜ ଓ ଟିମ୍‌ ଇଣ୍ଡିଆକୁ କ୍ଷମା ମାଗୁଛି। ମୋର ଆଶା ଅଛି ଯେ ଆଗକୁ ଅଷ୍ଟ୍ରେଲିଆ ଦର୍ଶକ ଆଉ ଏଭଳି ବ୍ୟହାର କରିବେ ନାହିଁ। ସିଡନୀ ଟେ‌ଷ୍ଟର ଯେଉଁଭଳି ଦର୍ଶକ ମାନେ ଆଚରଣ ଦେଖାଇଲେ ତାହା କେବେ ହେଲେ ଆଶା କରିନଥିଲୁ ବୋଲି ଓ୍ବାର୍ଣ୍ଣର କହିଛନ୍ତି ।

Comments are closed.