Odisha Link
Bridging the Missing Links in Odisha

କେନ୍ଦ୍ରକୁ ୧୫ ଲକ୍ଷ ଟିକା ମାଗିଲା ଓଡ଼ିଶା

ଭୁବନେଶ୍ବର: ସୋମବାର ଦିନ ଟିକାକରଣରେ ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି ଓଡ଼ିଶା। ସୋମବାର ସମୁଦାୟ ୧୭୩୫ଟି କେନ୍ଦ୍ରରେ ୪ ଲକ୍ଷ ୨ ହଜାର ୪୩୪ ଜଣଙ୍କୁ ଟିକାକରଣରେ ସାମିଲ କରାଯାଇଛି। ଏସବୁ ମଧ୍ୟରେ ଟିକା ପାଇଁ ପୁଣି କେନ୍ଦ୍ରକୁ ଚିଠି ଲେଖିଲେ ଏସିଏସ୍‌ ପ୍ରଦୀପ୍ତ ମହାପାତ୍ର।

ମଙ୍ଗଳବାର ଦିନ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଯେ, ଏବେ ଆମ ପାଖରେ ୬.୧୪ ଲକ୍ଷ କୋଭିସିଲଡ ଅଛି। ଯାହା ୨ ଦିନରେ ଶେଷ ହୋଇଯିବ। ପରବର୍ତ୍ତୀ ଟିକା ଯାଇ ଜୁଲାଇ ୧୫ରେ ଆସିବାକୁ ରହିଛି। ଯାହାଫଳରେ ଜୁଲାଇ ୯ରୁ ଜୁଲାଇ ୧୫ ପର୍ଯ୍ୟନ୍ତ ଟିକାକରଣ ପ୍ରକ୍ରିୟା ରାଜ୍ୟରେ ବନ୍ଦ ରହିବ ବୋଲି ସେ କହିଛନ୍ତି।

ଏଥିସହିତ ସେ ଆହୁରି କହିଛନ୍ତି ଯେ, ଜୁଲାଇରେ କୋଭିସିଲଡ ୨ୟ ଡୋଜ ନେବାକୁ ୨୮.୩୧ ଲକ୍ଷ ଅପେକ୍ଷାରତ। କିନ୍ତୁ ଜୁଲାଇରେ ଆମକୁ ମୋଟ ୨୫.୩୧ ଲକ୍ଷ ଡୋଜ୍‌ ମିଳିବାର ଅଛି।।ଏହି ଦୃଷ୍ଟିରୁ ଆମକୁ ତୁରନ୍ତ ୧୫ ଲକ୍ଷ ଡୋଜ୍‌ ଯୋଗାଇ ଦିଆଯାଉ ବୋଲି କହିଛନ୍ତି ଶ୍ରୀ ମହାପାତ୍ର।

ସୂଚନାଥାଉକି, ଜୁଲାଇ ମାସ ଆରମ୍ଭରୁ ରାଜ୍ୟକୁ ୧୨ ଲକ୍ଷ ଟିକା ରାଜ୍ୟକୁ ଆସିଥିଲା। ୯ ଲକ୍ଷ ୪୩ ହଜାର ୯୩୦ କୋଭିସିଲ୍‌ଡ ଟିକା ଶୁକ୍ରବାର ଆସିଥିବା ବେଳେ ଗୁରୁବାର ମଧ୍ୟ ୧ ଲକ୍ଷ କୋଭିସିଲ୍‌ଡ ଟିକା ଆସିଥିବଲା। ଏଥିସହିତ ୧ ଲକ୍ଷ ୮୨ ହଜାର କୋଭାକ୍ସିନ ଟିକା ଭୁବନେଶ୍ୱରରେ ପହଞ୍ଚିଥିଲା।

Leave A Reply

Your email address will not be published.