Odisha Link
Bridging the Missing Links in Odisha

ସୁସ୍ଥ ହେଲେ ଶ୍ରୀଜିଉ, ରାଜାଙ୍କୁ ସନ୍ଦେଶ ଦେଲେ ଦଇତାପତି

ପୁରୀ: ସୁସ୍ଥ ହେଲେ ଶ୍ରୀଜିଉ। ଅଣସର ଉପଚାର ପରେ ଚତୁର୍ଦ୍ଧାମୂର୍ତ୍ତି ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ଆଜି ଦ୍ବାଦଶ ତିଥିରେ ରାଜ ପ୍ରସାଦରରେ ପହଁଞ୍ଚିଛି ମହାପ୍ରଭୁଙ୍କ ସୁସ୍ଥତାର ଖବର। ରାଜନଅରକୁ ରାଜପ୍ରସାଦ ବିଜେ ହେବା ସହିତ ମହାପ୍ରଭୁ ସୁସ୍ଥ ହେବାର ସନ୍ଦେଶ ଦଇତାପତି ଦେଇଛନ୍ତି। ବିଧି ମୁତାବକ ଆଜି ପୁରୀରେ ଏହି ସନ୍ଦେଶକୁ ଦଇତାପତି ରାଜନଅରକୁ ଦେଇଛନ୍ତି। ମହାପ୍ରଭୁ ସୁସ୍ଥ ହେବା ପରେ ରଥଯାତ୍ରାରେ ଯିବାର ପରମ୍ପରା ରହିଛି।

ଦଇତା ପତି ମହାପାତ୍ର ସେବାୟତ ମହାବାହୁଙ୍କ ସୁସ୍ଥ ଖବର ସହ ମହାପ୍ରଭୁଙ୍କ କରାଳ ଚନ୍ଦନ , ପାଟବସ୍ତ୍ର ଧରି ରାଜପ୍ରାସାଦରେ ପହଞ୍ଚିଲେ ବିଦ୍ୟାପତି ବିଶ୍ୱାବସୁ। ଗତକାଲି ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ସୁସ୍ଥ ହୋଇ ଚକା ଉପରେ ବିଜେ ହୋଇଥିଲେ। ପରେ ସୋମବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଗୋପନ ସେବାର ଅନ୍ତିମ ପର୍ଯ୍ୟାୟରେ ଠାକୁରଙ୍କୁ ଆୟୁର୍ବେଦୀୟ ମୋଦକାଦି ଔଷଧି ଲାଗି ହୋଇଥିଲା।

ସୂଚନାଥାଉକି, ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ପାଣିରେ ଗାଧୋଇବା ପରେ ଶ୍ରୀଜିଉ ଜ୍ୱରରେ ପଡିଥିଲେ। ଏହାପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଅଣସର ଘର ରଖି ଉପଚାର କରାଯାଉଥିଲା । ଏହି ସମୟରେ ମହାପ୍ରଭୁ ଫଳମୂଳ ଗ୍ରହଣ କରିବା ସହିତ ତାଙ୍କର ସୁସ୍ଥ ହେବା ଲାଗି ଦଇତାପତି ସେବକ ମାନେ ନାନାଦି ଚେଷ୍ଟା କରୁଥିଲେ । ତେବେ ଗତକାଲି ଦଶମୂଳ ମୋଦକ ଲାଗି ହେବା ପରେ ଆଜି ମହାପଭୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.