Odisha Link
Bridging the Missing Links in Odisha

ରାଜ୍ୟରେ ଡିସେମ୍ବର ସୁଦ୍ଧା ସରିବ ଟିକାକରଣ

ଭୁବନେଶ୍ୱର: ରାଜ୍ୟରେ ଡିସେମ୍ବର ସୁଦ୍ଧା ସରିବ ଟିକାକରଣ। ଯଦି ଟିକା ଆସିବାରେ କୌଣସି ସମସ୍ୟା ନହୁଏ ତେବେ ୪ ମାସ ମଧ୍ୟରେ ଟୀକାକରଣ ଶେଷ ହେବ। ବର୍ତ୍ତମାନ ଟୀକାରେ କିଛି ସମସ୍ୟା ନାହିଁ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ୨ କୋଟି ୨୦ ଲକ୍ଷ ଡୋଜ ଟୀକା ଦିଆଯାଇସାରିଛି। ପ୍ରଥମ ଡୋଜ ୧ କୋଟି ୬୬ ଲକ୍ଷ ଓ ଦିତୀୟ ଡୋଜ ୫୩ ଲକ୍ଷ ଲୋକ ନେଇ ସାରିଛନ୍ତି। ମୋଟ ୫୪ % ପ୍ରଥମ ଡୋଜ ଦିଆଯାଇଛି। କୋଭିସିଲଡ଼ ୨୮ ଲକ୍ଷ ୫୪ ଯାହାର ,କୋଭକ୍ସିଂନ ୪ ଲକ୍ଷ ୫୪ ହଜାର ଟୀକା ମହଜୁଦ ରହିଛି। ଯେଉଁ ମାନଙ୍କର ୨ୟ ଡୋଜ ଟୀକା ନେବାର ଅଛି । ସେମାନଙ୍କୁ ପ୍ରାଥମିକତା ଭିତ୍ତିରେ ଦେବା ପାଇଁ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି।

ଶିକ୍ଷକ ଓ ୨ୟ ଡୋଜ ଲୋକଙ୍କୁ ପ୍ରାଧାନ୍ୟ ଦିଆଯାଉଛି। କେତେ ଶିକ୍ଷକ ଟୀକା ନେବେ ଜିଲ୍ଲାକୁ ତଥ୍ୟ ମଗାଯାଇଛି। ସେପ୍ଟେମ୍ବର ୫ ସୁଦ୍ଧା ଶିକ୍ଷକଙ୍କ ଟୀକାକରଣ ଶେଷ ହେବ।କେବଳ ଶିକ୍ଷକ ଙ୍କୁ ଟୀକା ଦେବା ପାଇଁ କିଛି ସ୍ୱତନ୍ତ୍ର କେନ୍ଦ୍ର କରାଯାଇଛି। ଆଜି ୧୪୦୦ କେନ୍ଦ୍ରରେ ଟୀକାକରଣ ଚାଲିଛି। ୧ ଲକ୍ଷ ଗର୍ଭବତୀ ମହିଳାଙ୍କୁ ଟୀକାକରଣ କରାଯାଇଛି। ପ୍ରଥମ ଲହରରେ ୮ ପ୍ରତିଶତ ଶିଶୁ ସଂକ୍ରମିତ ହୋଇଥିଲେ। ୨ୟ ଲହରରେ ଜୁଲାଇ ସୁଦ୍ଧା ୧୦ ପ୍ରତିଶତ ଶିଶୁ ସଂକ୍ରମିତ ହୋଇଥିଲେ।

Leave A Reply

Your email address will not be published.