Odisha Link
Bridging the Missing Links in Odisha

ଟୋକିଓ ପାରାଲିମ୍ପିକ୍ସ: ସିଂହରାଜ ଅଧନାଙ୍କୁ ବ୍ରୋଞ୍ଜ

ଟୋକିଓ: ଚଳିତ ଟୋକିଓ ପାରାଲିମ୍ପିକ୍ସର ୭ମ ଦିନରେ ଭାରତୀୟ ଖେଳାଳି ସିଂହରାଜ ଅଧନାଙ୍କୁ ବ୍ରୋଞ୍ଜ। ପିସ୍ତଲ ସୁଟିଂରେ ସିଂହରାଜ ଅଧନା ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସିଂହରାଜ ପୁରୁଷ ୧୦ ମିଟର୍ ଏୟାର ପିସ୍ତଲ ଏସଏଫ୍-୧ ଇଭେଣ୍ଟରେ ଏହି ସଫଳତା ହାସଲ କରିଛନ୍ତି। 

ଏଥିସହ ଚଳିତ ଟୋକିଓ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୮ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ଭାରତ ଚଳିତ ଗେମ୍ସରେ ୨ ସ୍ୱର୍ଣ୍ଣ, ୪ ରୌପ୍ୟ ଓ ୨ଟି ବ୍ରୋଞ୍ଜ ପଦକ ଜିତିଛି।

ସିଂହରାଜ ୨୧୬.୮ ସ୍କୋର ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏଥିସହ ଶୁଟିଂରେ ଭାରତ ଦ୍ୱିତୀୟ ପଦକ ହାତେଇଛି। ତାଙ୍କ ପୂର୍ବରୁ ମହିଳା ୧୦ ମିଟର୍ ରାଇଫଲ୍ ଏସଏସ୍-୧ ଇଭେଣ୍ଟରେ ଅବନୀ ଲେଖନା ଭାରତ ଖାତାରେ ସ୍ୱର୍ଣ୍ଣ ପଦକ ଦେଇଥିଲେ।

Leave A Reply

Your email address will not be published.