Odisha Link
Bridging the Missing Links in Odisha

ମାଡ଼ି ଆସୁଛି ବାତ୍ୟା ‘ତଉକ୍ତେ’

ନୂଆଦିଲ୍ଲୀ: ମାଡ଼ି ଆସୁଛି ବାତ୍ୟା ‘ତଉକ୍ତେ’। ବାତ୍ୟା ‘ତଉକ୍ତେ’ ଆରବ ସାଗର ଲାକ୍ଷାଦ୍ୱୀପ ନିକଟରେ ଡିପ୍ରେସନ ସୃଷ୍ଟି ହୋଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଡିପ୍ରେସନ ବାତ୍ୟାରେ ପରିଣତ ହେବ। ବାତ୍ୟାରେ ପରିଣତ ହୋଇ ଗୁଜରାଟ ଉପକୂଳ ମୂହାଁ ହେବା ନେଇ ଆକଳନ କରାଯାଇଛି।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆରବ ସାଗରରେ ଏକ ଲଘୁଚାପ ସୃଷ୍ଟିହୋଇଛି। ମେ’ ୧୬ ବେଳକୁ ତାହା ବାତ୍ୟାର ରୂପ ନେବାର ଆଶଙ୍କା ରହିଛି। ଏହାର ପ୍ରଭାବରେ ଲାକ୍ଷାଦ୍ୱୀପ, କେରଳ, କର୍ଣ୍ଣାଟକ ଓ ତାମିଲନାଡୁରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଗୋଆ ଓ ମହାରାଷ୍ଟ୍ରରେ ସମୁଦ୍ର ଅଶାନ୍ତ ରହିବ।

କେରଳ, ଗୋଆ, କର୍ଣ୍ଣାଟକ ଓ ମହାରାଷ୍ଟ୍ରର କେତେକ ଅଂଚଳରେ ୪୦ରୁ ୫୦ କମିି ବେଗରେ ପବନ ବହିବାର ଥିବାବେଳେ ୧ ମିଟର ଉଚ୍ଚତାର ଜୁଆର ଉଠିବାର ସମ୍ଭାବନା ରହିଛି।