Odisha Link
Bridging the Missing Links in Odisha

୨୧୦ କମିଶନରେଟ୍ ପୁଲିସ କର୍ମଚାରୀଙ୍କୁ କରୋନା

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୧ ଜଣ ଅଗ୍ନିଶମ କର୍ମଚାରୀ ମଧ୍ୟ ସଂକ୍ରମିତ ହୋଇଛନ୍ତି

ଭୁବନେଶ୍ଵର: ରାଜ୍ୟରେ କାୟା ବିସ୍ତାର କରୁଛି ମହାମାରୀ କରୋନା। ଏବେ କଟକ ଓ ଭୁବନେଶ୍ଵର ପୁଲିସ ଶିବିରରେ ପ୍ରବେଶ କରିଛି। କମିଶନରେଟ୍ ପୁଲିସର ୨୧୦ରୁ ଅଧିକ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ୧୪ ଜଣ ଅଫିସର ରାଙ୍କର କର୍ମଚାରୀ ଥିବା ସୂଚନା ମିଳିଛି। ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଠାହି ସୂଚନା ଦେଇଛନ୍ତି।

ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୧ ଜଣ ଅଗ୍ନିଶମ କର୍ମଚାରୀ ମଧ୍ୟ ସଂକ୍ରମିତ ହୋଇଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ଜଣେ ଦୁଇ ଜଣଙ୍କୁ ଛାଡି ଅନ୍ୟ କେହି ହସପିଟାଲାଇଜ ହୋଇ ନ ଥିବା ଓ ସମସ୍ତେ ହୋମ ଆଇସୋଲେସନରେ ରହି ସୁସ୍ଥ ହେଉଥିବା ଜଣାଯାଇଛି।

ପୁଲିସ୍ କର୍ମଚାରୀମାନେ ସେମାନଙ୍କ କର୍ତ୍ତବ୍ୟ ସମ୍ପାଦନା ସମୟରେ କରୋନା ସଂକ୍ରମଣ ହୋଇଥିବା ଜଣାଯାଇଛି। ପୁଲିସ୍ କର୍ମଚାରୀମାନଙ୍କୁ ସମ୍ମୁଖ ଯୋଦ୍ଧାର ପ୍ରଥମ ଶ୍ରେଣୀରେ ଗଣାଯାଉଥିବାରୁ ସେମାନେ ବାହାରେ ରହି ଲୋକମାନଙ୍କୁ ସେବା ଯୋଗାଇ ଆସୁଛନ୍ତି। ଏହିପରିପ୍ରେକ୍ଷୀରେ ସେମାନେ ସଂକ୍ରମଣର ଶୀକାର ହୋଇଛନ୍ତି।

Leave A Reply

Your email address will not be published.