Odisha Link
Bridging the Missing Links in Odisha

କରୋନା କାଳରେ ଭୋକର ବିକଳ ଚିତ୍ର, ପେଟ ପାଇଁ ମଣିଷ-ପଶୁ ଏକାଠି

ନୀଳଗିରି: ମହାମାରୀ କରୋନା କାଳରେ ସାମ୍ନାକୁ ଆସୁଛି ଭୋକର ବିକଳ ଚିତ୍ର। ଯାହାର ଫଟୋ ଦେଖିଲେ ଯେକେହିବି ବିଚଳିତ ହୋଇ ଉଠିବେ। ଭୋକର ଜ୍ବାଳା ସହି ନପାରି ପେଟ ଚାଖଣ୍ଡକ ପାଇଁ ଏଠି ମଣିଷ ପଶୁ ଏକାଠି। ବାଲେଶ୍ଵର ଜିଲ୍ଲା ନୀଳଗିରି ସହର ଉପଖଣ୍ଡ କଚେରୀ ବଜାରରେ ଦେଖିବାକୁ ମିଳିଛି ଏଭଳି ଭୋକର ବିକଳ ଚିତ୍ର।

ନୀଳଗିରି କଚେରୀ ବଜାର ଦୁର୍ଗା ମଣ୍ଡପ ନିକଟରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳା ଭୋକରେ ଆଉଟୁ ପାଉଟୁ ହୋଇ ଖାଇବାକୁ ମାଗୁଛନ୍ତି। କେବଳ ସେ ନୁହେଁ ତାଙ୍କ ପାଖରେ କୁକୁରଟିଏ ଛିଡା ହୋଇ କଥା ନକହିପାରିଲେବି ବିକାଳ ହୋଇ ଖାଇବା ମୁଠାଏ ପାଇଁ ଅନାଇ ରହିଛି। ଏନଏସି ତରଫରୁ ଖାଦ୍ୟ ବଣ୍ଟା ଯାଉଥିବା ବେଳେଖାଦ୍ୟ କେତେବେଳେ ଆସିବ ୨ଜଣ ଯାକ ଜଗି ବସିଛନ୍ତି। ଆଉ ପେଟ ଭୋକ ଜ୍ୱାଳା କିପରି ଲାଘବ ହେବ ଚାତକ ପକ୍ଷୀ ପରି ଅନାଇ ରହିଛନ୍ତି।

ସୂଚନାଥାଉକି, ସଂକ୍ରମଣ ଚେନ୍ ଭାଙ୍ଗିବାକୁ ସପ୍ତାହରେ ୫ ଦିନ ଲକଡାଉନ୍ ଓ ଦୁଇ ଦିନ ସଟ୍ ଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଦିନ ୧୧ଟା ପର୍ଯ୍ୟନ୍ତ ଖୋଲା ରହୁଛି। ଶନିବାର ଓ ରବିବାର ସଟଡାଉନ୍ କାରଣରୁ ଦୋକାନ ସମ୍ପୂର୍ଣ୍ଣ ବନ୍ଦ ରହୁଛି। ତେବେ ଏସବୁ ମଧ୍ୟରେ ସବୁଠାରୁ ପ୍ରଭାବିତ ହୋଇଛନ୍ତି ମାନସିକ ବିକାରଗ୍ରସ୍ତ ବ୍ୟକ୍ତି, ବୁଲା ଗାଈଗୋରୁ, ଓ କୁକୁର ମାନେ। ଦୋକାନରୁ ଦୋକାନ ବୁଲି ମାଗି ଖାଇ ନିଜର ପେଟ ପୁରାଇଥିବା ଏହି ବ୍ୟକ୍ତିମାନେ ଏବେ ଦୋକାନ ବନ୍ଦ ହେବା କାରଣରୁ ଖାଦ୍ୟ ନପାଇ ଭୋକରେ ଆଉଟୁ ପାଉଟୁ ହେଉଛନ୍ତି। ସେହିପରି ପଶୁମାନଙ୍କର ସମାନ ଅବସ୍ଥା। ସରକାରଙ୍କ ଠାରୁ ପ୍ରତ୍ୟେକ ଦିନ ଏନଏସି ପାଇଁ ଆସିଥିବା ୨ ହଜାର ଟଙ୍କା ବ୍ୟୟରେ ଖାଦ୍ୟ ଏମାନଙ୍କ ଜୀବନ ବଞ୍ଚାଇବା ଯଥେଷ୍ଟ ହେଉନି ।

Leave A Reply

Your email address will not be published.