Odisha Link
Bridging the Missing Links in Odisha

କମ୍‌ ବୟସରେ କରୁଛନ୍ତି କମାଲ, ଚର୍ଚ୍ଚାରେ ସୁନ୍ଦରଗଡ଼ର ଗୁଗଲ୍‌ ଗାର୍ଲ

ସୁନ୍ଦରଗଡ଼: କମ୍ ବୟସରେ କରୁଛନ୍ତି କମାଲ। ଖନେଇ ଖେନଇ କଥା କହୁଛି। ଅଢ଼େଇ ବର୍ଷର କୁନି ଝିଅର ପାଟିରେ ଇଂରାଜୀ ବର୍ଣ୍ଣମାଳାଠୁ ଆରମ୍ଭ କରି ପ୍ରତି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ରାଜଧାନୀ ନାମ। କେବଳ ସେତିକି ନୁହେଁ ଚିତ୍ର ଦେଖି ଇଂରାଜୀରେ ତା ନାଁ ଓ ରଙ୍ଗ କହି ଦେଉଛନ୍ତି। କିଛି ପଚାରିବା ସଙ୍ଗେ ସଙ୍ଗେ ଉତ୍ତର କହି ଦେଉଛନ୍ତି ରିତମ୍ଭରା। ଯାହାକୁ ନେଇ ଅଢ଼େଇ ବର୍ଷର କୁନି ଝିଅକୁ ନେଇ ଲାଗି ରହିଚି ଚର୍ଚ୍ଚା।

ସୁନ୍ଦରଗଡ଼ ସହର ଆରଆରଆଇଟି କଲୋନିର ରିତମ୍ଭରାକୁ ଯିଏ ଶୁଣୁଛି ସିଏ ଆଶ୍ଚର୍ଯ୍ୟ ହେଉଛନ୍ତି । ଏ ବୟସରେ ରିତମ୍ଭରାର ସାଧାରଣ ଜ୍ଞାନ ତାଙ୍କୁ ବିସ୍ମୟକର ପ୍ରତିଭାର ପରିଚୟ ଦେଇଛି । ସୁମନ୍ତ ପଟେଲ ଓ ରଶ୍ମିତା ପଟେଲଙ୍କ କନ୍ୟା ରିତମ୍ଭରାକୁ ଏକ ବର୍ଷ ହୋଇଥିବା ବେଳେ ତାର ଜିଜ୍ଞାସୁ ମନୋଭାବ ଓ ଅନେକ କିଛି ଶିଖିବାର ଆଗ୍ରହ ଜଣା ପଡିଥିଲା ।

ରଶ୍ମିତାଙ୍କ କହିବା ଅନୁଯାୟୀ ରିତମ୍ଭରା ଥରେ ଶୁଣିଦେଲେ କିମ୍ବା କୌଣସି ଜିନିଷ ଦେଖିଦେଲେ ତାକୁ ସହଜରେ ମନେ ରଖିବାର କ୍ଷମତା ତା ଠାରେ ରହିଛି । ପ୍ରତିଦିନ ସେ ଚାରି ରୁ ପାଞ୍ଚ ଘଣ୍ଟା ବହି ଖେଳାଇ ବସି ଯାଉଥିବା ବେଳେ ମା’ଙ୍କୁ ପଢାଇବାକୁ ବାଧ୍ୟ କରୁଛି । ଖେଳିବା ବୁଲିବାର ବୟସରେ ରିତମ୍ଭରା ଏକ ବିରଳ ଓ ବିସ୍ମୟକର ପ୍ରତିଭାର ମାଲିକ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି ।

Leave A Reply

Your email address will not be published.