Odisha Link
Bridging the Missing Links in Odisha

ଟିକା ନାହିଁ ତ ଦରମା ନାହିଁ

ଯେଉଁମାନେ କରୋନା ଟିକା ନେଇ ନାହାନ୍ତି ସେମାନଙ୍କ ଦରମା ଆଗାମୀ ଆଦେଶ ଯାଏଁ ସ୍ଥଗିତ ରଖାଯିବ

ପାଟନା: ଟିକା ନାହିଁ ତ ଦରମା ନାହିଁ। ଯେଉଁ ସରକାରୀ କର୍ମଚାରୀ କରୋନା ଟିକା ନେଇ ନାହାନ୍ତି ତାଙ୍କୁ ଦରମା ମିଳିବ ନାହିଁ। ଏଭଳି ଏକ ଅଜବ ନୋଟିସ ଜାରି କରିଛନ୍ତି ଜିଲ୍ଲା ଅଧିକାରୀ।

ବିହାର ସାରଣର ଜିଲ୍ଲା ଅଧିକାରୀ ଡଃ.ନିଲେଶ ରାମଚନ୍ଦ୍ର ଦେବ ଏହି ନୋଟିସ ଜାରି କରିଛନ୍ତି। ଏହି ନୋଟିସରେ କୁହାଯାଇଛି, ‘ସମସ୍ତ ସରକାରୀ କର୍ମଚାରୀ ଖୁବଶୀଘ୍ର କରୋନା ଟିକା ନିଅନ୍ତୁ ଏବଂ ଏହାର ସୂଚନା ଅଫିସରେ ଦିଅନ୍ତୁ। ଏଥିସହ ଯେଉଁମାନେ କରୋନା ଟିକା ନେଇ ନାହାନ୍ତି ସେମାନଙ୍କ ଦରମା ଆଗାମୀ ଆଦେଶ ଯାଏଁ ସ୍ଥଗିତ ରଖାଯିବ।’

ଟିକାର ଅଭାବ ବେଳେ ଜିଲ୍ଲା ଅଧିକାରୀଙ୍କ ଏହି ନୋଟିସ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। କର୍ମଚାରୀମାନେ କହିଛନ୍ତି, ଯେତେବେଳେ ଭ୍ୟାକସିନ ଉପଲବ୍ଧ ହେବ ସେତେବେଳେ ହିଁ ସେମାନେ ଟିକା ଲଗାଇପାରିବେ। ଏବେ ୧୮ରୁ ୪୫ ବର୍ଷ ବୟସ୍କଙ୍କ ପାଇଁ ସ୍ଲଟ ଖାଲି ନାହିଁ। ଏଭଳି ପରିସ୍ଥିତିରେ ଆମେ କିଭଳି ଟିକା ନେଇ ପାରିବୁ।

ସୂଚନା ମୁତାବକ, ଜିଲ୍ଲା ବିପର୍ଯ୍ୟୟ ବିଭାଗରେ କାର୍ଯ୍ୟ କରୁଥିବା ୪୦ ବର୍ଷିୟ ଅଫିସ୍ ଆସିଷ୍ଟାଣ୍ଟ ପ୍ରକାଶ କୁମାର ପାଣ୍ଡେଙ୍କର କୋଭିଡ ସଂକ୍ରମଣରେ ମେ ୯ ରେ ମୃତ୍ୟୁ ହୋଇଥିଲା। ଯେତେବେଳେ ଜିଲ୍ଲା ଅଧିକାରୀ ଏହା ଜାଣିବାକୁ ପାଇଲେ ଯେ ମୃତ ପ୍ରକାଶ କୁମାର କୋଭିଡ ପାଇଁ ଟିକା ଦେଇ ନାହାଁନ୍ତି ସେତେବେଳେ ସେ କଡା ନିର୍ଦ୍ଦେଶ ଦେଇଥିଲେ।

Leave A Reply

Your email address will not be published.