Odisha Link
Bridging the Missing Links in Odisha

ଭୁବନେଶ୍ୱର ଷ୍ଟେସନ ଯାତ୍ରୀ ସହାୟକଙ୍କୁ ସହଯୋଗର ହାତ ବଢ଼େଇଲେ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ୱର: ଓଡ଼ିଆ ଅଭିନେତ୍ରୀ ତଥା ସାମାଜିକ କର୍ମୀ ବର୍ଷା ପ୍ରିୟଦର୍ଶିନୀ ଗତ କିଛି ସପ୍ତାହ ମଧ୍ୟରେ ସୋସିଆଲ ମିଡିଆ ପୃଷ୍ଠାରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଉପଯୁକ୍ତ କୋଭିଡ୍ ସତର୍କତା ଅବଲମ୍ବନ କରିବାକୁ ଲୋକଙ୍କୁ ଅନୁରୋଧ କରୁଛନ୍ତି। ଏଥିସହ ସେ ଭୁବନେଶ୍ୱର ଏବଂ କଟକ ମଧ୍ୟରେ ତାଙ୍କର ସମାଜ କଲ୍ୟାଣକାରୀ ଅନୁଷ୍ଠାନ ସମ୍ମାନିତା ମାଧ୍ୟମରେ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରି ଅସହାୟ ଲୋକଙ୍କୁ ସାହାଯ୍ୟ କରୁଛନ୍ତି।

କରୋନାର ଦ୍ୱିତୀୟ ଲହର ଆଣିଥିବା ଭୟଙ୍କର ପରିସ୍ଥିତି କାରଣରୁ ରୋଜଗାର କରିବାକୁ ସଂଘର୍ଷ କରୁଥିବା ଭୁବନେଶ୍ୱର ରେଳ ଷ୍ଟେସନର ଯାତ୍ରୀସହାୟକଙ୍କ ମଧ୍ୟରେ ଶୁକ୍ରବାର ଦିନ ଭୁବନେଶ୍ୱର ଏନଜିଓ ଫିନିକ୍ସ ସେବା ସହ ମିଶି ଗ୍ରୋସରୀ କିଟ୍ ବଣ୍ଟନ କରିଛନ୍ତି। ହିତାଧିକାରୀ ଯାତ୍ରୀ ସହାୟକ ତାଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହ ଏହି କଠିନ ସମୟରେ ସେମାନଙ୍କ ବିଷୟରେ ଚିନ୍ତା କରିଥିବାରୁ ତାଙ୍କୁ ଧନ୍ୟବାଦ ଦେଇଛନ୍ତି।

 

Leave A Reply

Your email address will not be published.