Odisha Link
Bridging the Missing Links in Odisha

ଯୌତୁକ ପାଇଁ ବଧୂ ହତ୍ୟା, ଘର ଅଗଣାରେ ଅନ୍ତିମ ସଂସ୍କାର

୫୧ ତୋଳା ସୁନା ଯୌତୁକରେ ଦେବାପାଇଁ ଦାବି କରିଥିଲେ

ବାରାମତି: ପ୍ରଥମ ବିବାହ ବାର୍ଷିକୀ ପୂର୍ବରୁ ଲିଭିଗଲା ବଧୂଙ୍କ ଜୀବନ ଦ୍ୱୀପ। ଯୌତୁକ ନ ଆଣିବାରୁ ବାରମ୍ବାର ନିର୍ଯାତନା ଦେବା ପରେ ବୋହୂକୁ ହତ୍ୟା କରିଛନ୍ତି ମହିଳାଙ୍କ ଶ୍ୱଶୁର ଘର ଲୋକ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ରର ବାରାମତିର ସାଙ୍ଗବୀ ଗାଁରେ।

ମୃତ ମହିଳାଙ୍କ ପରିବାର ଲୋକଙ୍କ ଅଭିଯୋଗ ମୁତାବକ, ମହିଳାଙ୍କ ଶ୍ୱଶୁର ଘର ଲୋକ ତାଙ୍କୁ ଯୌତୁକ ପାଇଁ ବାରମ୍ବାର ନିର୍ଯାତନା ଦେଉଥିଲେ। ମହିଳାଙ୍କ ପରିବାର ଲୋକ ଯୌତୁକ ଦେବାରେ ସକ୍ଷମ ନହେବାରୁ ମହିଳାଙ୍କୁ ବିଷ ଦେଇ ହତ୍ୟା କରିଛନ୍ତି ମହିଳାଙ୍କ ଶ୍ୱଶୁର ଘର ଲୋକ ଏନେଇ ଥିବା ଅଭିଯୋଗ କରିଛନ୍ତି ମହିଳାଙ୍କ ପରିବାର ସଦସ୍ୟ।

ଅନ୍ୟପଟେ ମହିଳାଙ୍କ ଶ୍ୱଶୁର ଘର ଲୋକଙ୍କୁ ଊଚିତ୍‌ଦଣ୍ଡ ଦେବା ପାଇଁ ଝିଅର ମୃତ୍ୟୁରେ ମର୍ମାହତ ମହିଳାଙ୍କ ପରିବାର ଝିଅର ମୃତ ଶରୀରକୁ ତାଙ୍କ ଶ୍ୱଶୁର ଘର ଅଗଣାରେ ଅନ୍ତିମ ସଂସ୍କାର କରି ଦେଇଛନ୍ତି। ଏହାକୁ ନେଇ ବାରମତି ଥାନାରେ ମାମଲା ରୁଜୁ କରାଯାଇଛି।

ସୂଚନାମୁତାବକ, ୨୧ ବର୍ଷୀୟ ମୃତ ଗୀତାଞ୍ଜଳିଙ୍କ ଗତବର୍ଷ ବିବାହ ସାଙ୍ଗବୀ ଗାଁର ଅଭିଷେକ ତାବରେଙ୍କ ସହିତ ହୋଇଥିଲା। ୨୪ ମଇକୁ ଉଭୟଙ୍କ ବିବାହ ବାର୍ଷିକୀ ଥିଲା। ବିବାହ ବାର୍ଷିକୀ ପୂର୍ବରୁ ଗୀତାଙ୍କ ଜୀବନ ଦ୍ୱୀପ ଲିଭିଗଲା। ଅଭିଷେକଙ୍କ କହିବା ଅନୁସାରେ ଗୀତା ବିଷ ଖାଇ ଆତ୍ମହତ୍ୟା କରିଛନ୍ତି। ଗୀତାଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଗଲା।

ଗୀତାଞ୍ଜଳିଙ୍କ ଖୁଡ଼ି ତାଙ୍କ ଶ୍ୱୁଶୁର ଘର ବିରୋଧରେ ଆରୋପ ଲଗାଇଛନ୍ତି। ଅଭିଷେକଙ୍କ ପରିବାର ୫୧ ତୋଳା ସୁନା ଯୌତୁକରେ ଦେବାପାଇଁ ଦାବି କରିଥିଲେ। ଘରର ଆର୍ଥିକ ପରିସ୍ଥିତି ଦୁର୍ବଳ ଥିବାରୁ ଏତେ ସୁନା ଦେବାରେ ପରିବାର ଅକ୍ଷମ ଥିଲେ। ବିବାହର ଅଳ୍ପ ଦିନ ପରେ ଗୀତାଙ୍କ ଉପରେ ଶୁଶୁର ଘର ଲୋକ ନିର୍ଯାତନା ଆରମ୍ଭ କରି ଦେଇଥିଲେ। ପରିସ୍ଥିତି ଅଧିକ ବିଗିଡ଼ିବାରୁ ଗୀତାଙ୍କ ପରିବାର ଲୋକ ୨୫ ତୋଳା ସୁନା ଦେଇଥିଲେ। ଗୁରୁବାର ସକାଳେ ଗୀତାଙ୍କ ମୃତ୍ୟୁ ହେବାରୁ ତାଙ୍କ ପରିବାର ଲୋକ ରାଗିଯାଇ ଅଭିଷେକଙ୍କ ଘର ଅଗଣାରେ ଗୀତାଙ୍କ ଅନ୍ତିମ ସଂସ୍କାର କରିଛନ୍ତି।

Leave A Reply

Your email address will not be published.