Odisha Link
Bridging the Missing Links in Odisha

ଜୁନ ୧ରୁ ଅନଲାଇନ କ୍ଲାସ ଆରମ୍ଭ

ଭୁବନେଶ୍ବର: ଗ୍ରୀଷ୍ମ ଅବକାଶ ପରେ ଜୁନ୍ ୧ରୁ ଖୋଲିବ କଲେଜ ଓ ବିଶ୍ୱ ବିଦ୍ୟାଳୟ। ଛାତ୍ରଛାତ୍ରୀମାନେ କ୍ଳାସ୍‌ ପାଇଁ କଲେଜ ଓ ବିଶ୍ୱ ବିଦ୍ୟାଳୟ ଆସିବେ ନାହିଁ। କଲେଜ ଓ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଅନଲାଇନରେ କ୍ଲାସ କରିବେ। ଅନଲାଇନ କ୍ଲାସ ନେବେ ଅଧ୍ୟାପକ। ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ମୁତାବକ, ଗ୍ରୀଷ୍ମ ଛୁଟି ଶେଷ ହେବାକୁ ଯାଉଥିବାରୁ ରାଜ୍ୟରେ କଲେଜ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଅନଲାଇନ୍ କ୍ଲାସ୍ ଜୁନ୍ ୧ ରୁ ଆରମ୍ଭ ହେବ। ସରକାରୀ ସୂତ୍ରରୁ ପ୍ରକାଶ ଯେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ ଏବଂ ଡିଗ୍ରୀ କଲେଜଗୁଡ଼ିକ ଜୁନ୍ ୧ ରୁ ଅନଲାଇନ୍ କ୍ଲାସ୍ ଆରମ୍ଭ କରିବେ।

କ୍ଲାସ ରୁମର ବ୍ୟବସ୍ଥା ହୋଇ ନଥିବାରୁ ଅନଲାଇନ କ୍ଲାସ ହେବ। ଏହା ବ୍ୟତୀତ ହଷ୍ଟେଲଗୁଡିକ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରହିବ। ୟୁଜିସିର ନିଷ୍ପତ୍ତି ପରେ ଖୁବ ଶୀଘ୍ର ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା କାର୍ଯ୍ୟସୂଚୀ ବିଷୟରେ ଅବଗତ କରାଯିବ ଉଚ୍ଚଶିକ୍ଷା ବୋଲି ବିଭାଗ କହିଛି।