Odisha Link
Bridging the Missing Links in Odisha

କାଲିଠୁ ଉଚ୍ଚଶିକ୍ଷା ବିଭାଗର ଖରାଛୁଟି, ଅନଲାଇନ କ୍ଲାସ ଓ ପରୀକ୍ଷା ବନ୍ଦ

ଭୁବନେଶ୍ୱର: ଆସନ୍ତା କାଲିଠୁ ଉଚ୍ଚଶିକ୍ଷା ବିଭାଗର ଗ୍ରୀଷ୍ମଛୁଟି ଆରମ୍ଭ। ଆସନ୍ତା ମେ’ ୫ ତାରିଖ ଠାରୁ ମେ ୩୧ ତାରିଖ ପର୍ଯ୍ୟନ୍ତ ଉଚ୍ଚଶିକ୍ଷା ଉଚ୍ଚଶିକ୍ଷା ବିଭାଗର ଗ୍ରୀଷ୍ମଛୁଟି ହେବ ବୋଲି ଘୋଷଣା ହୋଇଛି। ତେବେ ଖରାଛୁଟି ଅବଧିରେ ଅନଲାଇନ କ୍ଲାସ/ପରୀକ୍ଷା କରାଯିବାକୁ ମନା କରାଯାଇଛି।

ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଆସୁଥିବା ସବୁ ଶିକ୍ଷାନୁଷ୍ଠାନ କାଲିଠୁ ଛୁଟି ରହିବ। ଏନେଇ ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କୁ ଚିଠି କରାଯାଇଛି। ସବୁ ସରକାରୀ ଓ ବେସରକାରୀ ଡିିଗ୍ରୀ କଲେଜ ପ୍ରିନ୍ସପାଲଙ୍କୁ ଚିଠି ହୋଇଥିବା ନେଇ ସୂଚନା ମିଳିଛି।
ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଖରା ଛୁଟି ସମ୍ପର୍କରେ ଚିଠି କରିଛନ୍ତି।

Leave A Reply

Your email address will not be published.