Odisha Link
Bridging the Missing Links in Odisha

କାଲିଠୁ ଉଚ୍ଚଶିକ୍ଷାନୁଷ୍ଠାନର ଖରାଛୁଟି

ଭୁବନେଶ୍ବର: ଆସନ୍ତାକାଲିଠୁ ଅର୍ଥାତ୍ ୫ ତାରିଖ ଠାରୁ ଉଚ୍ଚଶିକ୍ଷାନୁଷ୍ଠାନର ଖରା ଛୁଟି ଘୋଷଣା କରାଯାଇଛି। ତେବେ ଖରାଛୁଟି ଅବଧିରେ ଅନଲାଇନ କ୍ଲାସ/ପରୀକ୍ଷା କରାଯିବାକୁ ମନା କରାଯାଇଛି। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ମେ ୫ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଖରା ଛୁଟି ଘୋଷଣା କରାଯାଇଛି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଆସୁଥିବା ସବୁ ଶିକ୍ଷାନୁଷ୍ଠାନରେ ଛୁଟି ଘୋଷଣା କରାଯାଇଛି। ଏନେଇ ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କୁ ଚିଠି କରାଯାଇଛି। ସବୁ ସରକାରୀ ଓ ବେସରକାରୀ ଡିଗ୍ରୀ କଲେଜ ପ୍ରିନ୍ସପାଲଙ୍କୁ ଚିଠି କରାଯାଇଛି। ଖରା ଛୁଟି ନେଇ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଚିଠି କରିଛନ୍ତି ।

Leave A Reply

Your email address will not be published.