ବିଜେବି କଲେଜକୁ ଉଚ୍ଚଶିକ୍ଷା ବିଭାଗର ନୋଟିସ, ସ୍ପଷ୍ଟୀକରଣ ଦେବାକୁ ଦେଲେ ନିର୍ଦ୍ଦେଶ

ଓଏଲ୍ ବ୍ୟୁରୋ: ବିଜେବି କଲେଜକୁ ସ୍ପଷ୍ଟୀକରଣ ମାଗିଲା ଉଚ୍ଚଶିକ୍ଷା ବିଭାଗ। ୩ଟି ଗୁରୁତ୍ବପୂର୍ଣ୍ଣ ଦାୟିତ୍ୱ ସଂପାଦନ କରିନଥିବାରୁ ସ୍ପଷ୍ଟୀକରଣ ମାଗିଛି। ଡିସେମ୍ବରରୁ ଅଟୋନୋମସ ପାହ୍ୟା ଶେଷ ହୋଇଥିବାବେଳେ ନବୀକରଣ ପଦକ୍ଷେପ ନିଆଯାଇନି। ବାରମ୍ବାର ତାଗିଦ ସତ୍ତ୍ୱେ ନାକ୍ ଆକ୍ରେଡିସନ କାମ ବାକି ପଡ଼ିଛି। ଗଭର୍ଣ୍ଣିଂ ବଡ଼ି ପୁନଃ ଗଠନ ପାଇଁ କଲେଜରୁ ପ୍ରସ୍ତାବ ମିଳିପାରିନି। ଏନେଇ ତୁରନ୍ତ ସ୍ପଷ୍ଟୀକରଣ ଦେବାକୁ କଲେଜ ଅଧ୍ୟକ୍ଷଙ୍କୁ ବିଭାଗୀୟ ନିର୍ଦ୍ଦେଶ ଦିଆଯାଇଛି।