Odisha Link
Bridging the Missing Links in Odisha

ଦଶହରା ପୂର୍ବରୁ ଓଏଏସ୍ ସ୍ତରରେ ଅଦଳବଦଳ; କାହାକୁ କେଉଁ ଦାୟିତ୍ବ ମିଳିଲା ଜାଣନ୍ତୁ

ଓଏଲ୍‌ ବ୍ୟୁରୋ: ଦଶହରା ପୂର୍ବରୁ ରାଜ୍ୟ ସରକାର ଆଜି ଓଏଏସ୍‌ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି। ଆଜି ସନ୍ଧ୍ୟାରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ମୁତାବକ, ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ବରିଷ୍ଠ ଓଏଏସ୍ ରୁଦ୍ରନାରାୟଣ ମହାନ୍ତିଙ୍କୁ ମିଳିଛି ବଡ଼ ଦାୟିତ୍ବ। ତାଙ୍କୁ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି।

ଓଏଏସ୍ ପ୍ରତାପ ଚନ୍ଦ୍ର ରାଉତଙ୍କୁ ସମବାୟ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅବସ୍ଥାପିତ କରାଯାଇଛି।ଭୁବନେଶ୍ୱରର ପୂର୍ବତନ ଚକବନ୍ଦୀ କମିଶନର ଶ୍ରୀ ରାଉତ ଏବେ ସାଧାରଣ ପ୍ରଶାସନ ବିଭାଗରେ କାର୍ଯ୍ୟରତ ଅଛନ୍ତି। ସେହିପରି ନେତ୍ରାନନ୍ଦ ମଲ୍ଲିକଙ୍କୁ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ଦାୟିତ୍ବ ମିଳିଛି।

ସେହିପରି ଦିଲ୍ଲୀପ କୁମାର ମହାପାତ୍ରଙ୍କୁ ମାଇନର ମିନେରାଲସଙ୍କ ଯୁଗ୍ମ ନିର୍ଦ୍ଦେଶକ, ଶୁଭଶ୍ରୀ ରଥଙ୍କୁ ବାଲେଶ୍ୱର ଅତିରିକ୍ତ ଉପଜିଲ୍ଲାପାଳ, ଶିବଶଙ୍କର ମିଶ୍ରଙ୍କୁ ଜଗତସିଂହପୁରର ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଓ ପାର୍ଥସାରଥୀ ହାସଦାଙ୍କୁ ପୁରୀ ଅତିରିକ୍ତ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ଖଣ୍ଡପଡ଼ାର ପୂର୍ବତନ ତହସିଲଦାର ଶ୍ରୀ ହାସଦାଙ୍କର ବଦଳିକୁ ବାତିଲ କରାଯାଇଛି। କିଛିଦିନ ତଳେ ତାଙ୍କୁ ବାଲେଶ୍ୱରର ଅତିରିକ୍ତ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଥିଲା।

Leave A Reply

Your email address will not be published.