Odisha Link
Bridging the Missing Links in Odisha

ପାକିସ୍ତାନ ବିପକ୍ଷରେ ଗିଲ୍‌ ଖେଳିବେ କି ନାହିଁ ? ରୋହିତ ଦେଲେ ସ୍ପଷ୍ଟୀକରଣ

ଓଏଲ୍‌ ବ୍ୟୁରୋ: ଦିନିକିଆ ବିଶ୍ବକପ୍‌ର ୧୨ତମ ମୁକାବିଲାରେ ଶନିବାର ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ। ଯାହାପାଇଁ ଆଜିଠୁ ଆରମ୍ଭ ହୋଇ ସାରିଲାଣି କାଉଣ୍ଟଡାଉନ୍। ତେବେ ଭାରତ ପାଇଁ ବିଶ୍ୱକପର ଦୁଇଟି ମ୍ୟାଚ୍‌ ଖେଳିଥିବା ଶୁଭମନ ଗିଲ୍‌ ପାକିସ୍ତାନ ବିପକ୍ଷରେ ଖେଳିବେ କି ନାହିଁ, ତାହା ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଏସବୁ ମଧ୍ୟରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଦେଇଛନ୍ତି ବଡ଼ ବୟାନ।

କାଲିର ମ୍ୟାଚ୍‌ ପୂର୍ବରୁ ଆଜି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଯୁବ ତାରକା ଶୁଭମନ ଗିଲ୍‌ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପାଇଁ ୯୯% ଉପଲବ୍ଧ ରହିବେ। ଗିଲ୍‌ ଡେଙ୍ଗୁ ଜ୍ୱରରେ ପୀଡ଼ିତ ଥିବାରୁ ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଖେଳି ନଥିଲେ। ତାଙ୍କ ବଦଳରେ ରୋହିତ ଶର୍ମାଙ୍କ ସହ ଈଶାନ କିଶନ ଇନିଂସ ଆରମ୍ଭ କରିଥିଲେ। ଗିଲ୍‌ ଅସୁସ୍ଥତା କାରଣରୁ ଦଳ ସହ ଆଫଗାନିସ୍ତାନ ମ୍ୟାଚ୍‌ ବେଳେ ଦିଲ୍ଲୀ ଯାଇ ନଥିଲେ।

ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଗିଲ୍ ଏବେ ସୁସ୍ଥ ହୋଇ ଯାଇଛନ୍ତି। ସେ ଟିମରେ ଯୋଗଦେବା ସହ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅଭ୍ୟାସ ମଧ୍ୟ କରିଛନ୍ତି। ଚଳିତ ବର୍ଷ ଗିଲ୍‌ ୨୦ଟି ଦିନିକିଆ ଖେଳିଥିବା ବେଳେ ୭୨.୩୫ ହାରରେ ୧୨୩୦ ରନ କରିଛନ୍ତି। ତେଣୁ ପାକିସ୍ତାନ ବିପକ୍ଷରେ ତାଙ୍କ ଉପସ୍ଥିତି ବେଶ ଗୁରୁତ୍ୱବହନ କରୁଛି।

Leave A Reply

Your email address will not be published.