ଅଡ଼ୁଆରେ କଟକ ବାରବାଟୀ ବିଧାୟକ, ହାଇକୋର୍ଟ ଦେଲେ କଡ଼ା ନିର୍ଦ୍ଦେଶ

ଓଏଲ୍ ବ୍ୟୁରୋ: ଅଡ଼ୁଆରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ। କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ପୁଣି ୧୦ ହଜାର ଟଙ୍କା ତଣ୍ଡ ଗଣିବେ। କୋର୍ଟ କାର୍ଯ୍ୟରେ ଅସହଯୋଗ ପାଇଁ ଜରିମାନା କରାଯାଇଛି। ୨୦୧୯ ନିର୍ବାଚନୀ ଅନିୟମିତତା ମାମଲାର ଶୁଣାଣି ବେଳେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏନେଇ ପୂର୍ବରୁ ମାମଲା ଦାଏର ହୋଇଥିଲା।