Odisha Link
Bridging the Missing Links in Odisha

ରାଜ୍ୟ ସରପଞ୍ଚ ମହାସଂଘର ଆନ୍ଦୋଳନ ସ୍ଥଗିତ, ମାସେ ଭିତରେ ପୂରଣ ହେବ ଦାବି

ଓଏଲ୍‌ ବ୍ୟୁରୋ: ସରକାରୀ ଅଧିକାରୀଙ୍କ ଅତ୍ୟଧିକ ହସ୍ତକ୍ଷେପ ବିରୋଧରେ ଓଡ଼ିଶାର ସରପଞ୍ଚମାନେ ସେପ୍ଟେମ୍ବର ୨୨ ତାରିଖରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଥିଲେ। ପଞ୍ଚାୟତିରାଜ ବିଭାଗରେ ମୁଖ୍ୟତଃ ବ୍ଲକ୍ ଉନ୍ନୟନ ଅଧିକାରୀ ବା ବିଡିଓ କାମ କରନ୍ତି, ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତାରେ ସରକାରଙ୍କ ନିର୍ଦ୍ଦେଶକ୍ରମେ ଏହି ଅଧିକାରୀଙ୍କୁ ପ୍ରତି କାମରେ ସରପଞ୍ଚମାନେ ଅନୁମତି ନେବା ଆବଶ୍ୟକ ବୋଲି କୁହାଯାଇଛି। ଏହାପରେ ବିବାଦ ସୃଷ୍ଟି ହୋଇଥିବାବେଳେ ରାଜ୍ୟ ସରପଞ୍ଚ ମହାସଂଘ ଆନ୍ଦୋଳନ କରିଥିଲେ।

ସରପଞ୍ଚ ମହାସଂଘର ଆନ୍ଦୋଳନ ବର୍ତ୍ତମାନ ସ୍ଥଗିତ ହୋଇଥିବା ଜଣା ପଡିଛି। ଦାବି ପୂରଣ ପ୍ରତିଶ୍ରୁତି ମିଳିଲା ପରେ ଆନ୍ଦୋଳନ ସ୍ଥଗିତ ହୋଇଛି। ମାସେ ଭିତରେ ଦାବି ପୂରଣ ପ୍ରତିଶ୍ରୁତି ମିଳିଥିବା ସଂଘ ସମ୍ପାଦକ ସୂଚନା ଦେଇଛନ୍ତି।