Odisha Link
Bridging the Missing Links in Odisha

ଓଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟରେ ବରିଷ୍ଠ ଓଏଏସ୍ ଅଧିକାରୀ ସ୍ତରରେ ଆଜି ଅଦଳବଦଳ ହୋଇଛି। ଇନ୍ଦ୍ରମଣି ତ୍ରିପାଠୀଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦ୍ଦେଶକ ଦାୟିତ୍ବ ମିଳିଛି। ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଦାୟୀତ୍ବ ମନୋଜ ମହାନ୍ତିଙ୍କୁ ଦିଆଯାଇଛି।

ସେହିପରି ଇଡ୍‌କୋ ଭୂମି ବିଭାଗ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ହୋଇଛନ୍ତି ବିଜୟ ଦାଶ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ମଙ୍ଗଳବାର ଅପରାହ୍ନରେ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ଏହି ବଦଳି ହୋଇଛି।

ଏଥିସହ ନବରଙ୍ଗପୁରର ଅତିରିକ୍ତ ଜିଲ୍ଲାପାଳ ହୋଇଛନ୍ତି ରତ୍ନାକର ସାହୁ। ସରୋଜ ସ୍ବାଇଁଙ୍କୁ ପୁରୀ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି।

Leave A Reply

Your email address will not be published.