Odisha Link
Bridging the Missing Links in Odisha

ଓଟିଟି ପ୍ଲାଟଫର୍ମରେ ଓଡ଼ିଆ ଡକ୍ୟୁମେଣ୍ଟାରୀ ‘ଦ ମାଉଣ୍ଟେନ ହକି’

ଭୁବନେଶ୍ୱର: ଓଟିଟି ପ୍ଲାଟଫର୍ମରେ ରିଲିଜ ହେଲା ଓଡ଼ିଆ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ‘ଦ ମାଉଣ୍ଟେନ ହକି ଦ ଲ୍ୟାଣ୍ଡ ଅଫ୍ ଓଡ଼ିଶା’। ଜଣେ ଆଦିବାସୀ ଝିଅଙ୍କୁ ହକି ଶିକ୍ଷା ପାଇଁ ଅଣ୍ଟା ଭିଡ଼ିଥିବା ଜଣେ ଶିକ୍ଷକଙ୍କ କାହାଣୀ ଉପରେ ଆଧାରିତ ଏହି ଫିଲ୍ମl ଡିଜନି ପ୍ଲସ ହଟଷ୍ଟାରରେ ଚଳଚ୍ଚିତ୍ରକୁ ରିଲିଜ କରାଯାଇଛି।

ଚଳଚ୍ଚିତ୍ରଟି ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଅମଲିଖମନ୍ ଗାଁର ମିଶ୍‌ନାରୀ ସ୍କୁଲ ପ୍ରିନ୍ସପାଲ ରାଜେନ୍ଦ୍ର କୁଜୁରଙ୍କ ଜୀବନିକୁ ନେଇ ନିର୍ମାଣ କରାଯାଇଛି। ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଅବିନାଶ ପ୍ରଧାନ, ଦେବାଶିଷ ମହାପାତ୍ର ଓ ବ୍ରଜରାଜ ବେହେରା। ସେହିପରି ରାଜକିଶୋର ହୋତା, ମନୀଷ ଭୂଷଣ ଏବଂ ସୁବ୍ରଜିତ୍ ପ୍ରଧାନ ଫିଲ୍ମର ପ୍ରଯୋଜନା କରିଛନ୍ତି।

Leave A Reply

Your email address will not be published.