Odisha Link
Bridging the Missing Links in Odisha

ମହାକାଶକୁ ଯିବେ ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ

ନୂଆଦିଲ୍ଲୀ: ମହାକାଶକୁ ଯିବେ ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ। ଆସନ୍ତା ଜୁଲାଇ ୨୦ ତାରିଖରେ ସେ ମହାକାଶ ଯାତ୍ରା କରିବେ ବୋଲି ସୂଚନା ଦେଇଛନ୍ତି। ଜେଫ୍ ବେଜୋସ ପ୍ରଥମ ଅରବପତି ଭାବେ ମହାକାଶ ଯାତ୍ରା କରିବେ।

https://www.instagram.com/jeffbezos/?utm_source=ig_embed&ig_rid=68f1301e-40d6-408d-bc4c-6a1aa0aab3f5

ଜେଫ୍ ବେଜୋସ ମହାକାଶ ଯାତ୍ରାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେ ତାଙ୍କର ବହୁ ଦିନର ସ୍ୱପ୍ନ ପୂରଣ କରିବାକୁ ଯାଉଛନ୍ତି ବୋଲି ସେ କହିଛନ୍ତି। ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେ ପୋଷ୍ଟ କରି ଲେଖିଛନ୍ତି, ଯେତେବେଳେ ତାଙ୍କୁ ମାତ୍ର ୫ ବର୍ଷ ହୋଇଥିଲା ସେ ମହାକାଶକୁ ଯିବାକୁ ସ୍ୱପ୍ନ ଦେଖିଥିଲେ। ଆସନ୍ତା ଜୁଲାଇ ୨୦ ତାରିଖରେ ସେ ତାଙ୍କ ଭାଇଙ୍କ ସହିତ ମହାକାଶ ଯାତ୍ରା କରିବାକୁ ଯାଉଛନ୍ତି ବୋଲି ସେ ଲେଖିଛନ୍ତି।

Leave A Reply

Your email address will not be published.